Advertisment

ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ହେଲେ ଡି’ ବ୍ରଦର୍ସ

କଟକ: ଆଜି କଟକ ଚୌଦ୍ୱାର ଜେଲରୁ ଧଳସାମନ୍ତ ବ୍ରଦର୍ସଙ୍କୁ ସ୍ଥାନାନ୍ତର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଦୁଇଭାଇଙ୍କୁ ଚୌଦ୍ୱାର ଜେଲ୍‌ରୁ ବାହାର କରାଯିବା ପରେ ଝାରପଡ଼ା ଓ ବାଲେଶ୍ୱର ଜେଲକୁ ପଠାଯାଇଛି। ସୁଶାନ୍ତକୁ ଏକ ଧଳା ବୋଲେରୋରେ ଝାରପଡ଼ା ଜେଲକୁ ନିଆଯାଇଥିଲା। ଅନେକ ହାଇ ପ୍ରୋଫାଇଲ ଅପରାଧୀ ରହୁଥିବା ଚୌଦ୍ୱାର ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ପରେ ସୁଶାନ୍ତକୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜେଲର ଦୁଇ ନମ୍ବର ସେଲ୍‌ରେ ସୁଶାନ୍ତକୁ ରଖାଯିବର ବ୍ୟବସ୍ଥା […]

ଅଦ୍ୟତନ ହୋଇଛି
ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ହେଲେ ଡି’ ବ୍ରଦର୍ସ

D bothers in odisha

Advertisment

କଟକ: ଆଜି କଟକ ଚୌଦ୍ୱାର ଜେଲରୁ ଧଳସାମନ୍ତ ବ୍ରଦର୍ସଙ୍କୁ ସ୍ଥାନାନ୍ତର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଦୁଇଭାଇଙ୍କୁ ଚୌଦ୍ୱାର ଜେଲ୍‌ରୁ ବାହାର କରାଯିବା ପରେ ଝାରପଡ଼ା ଓ ବାଲେଶ୍ୱର ଜେଲକୁ ପଠାଯାଇଛି।

Advertisment

ସୁଶାନ୍ତକୁ ଏକ ଧଳା ବୋଲେରୋରେ ଝାରପଡ଼ା ଜେଲକୁ ନିଆଯାଇଥିଲା। ଅନେକ ହାଇ ପ୍ରୋଫାଇଲ ଅପରାଧୀ ରହୁଥିବା ଚୌଦ୍ୱାର ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ପରେ ସୁଶାନ୍ତକୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜେଲର ଦୁଇ ନମ୍ବର ସେଲ୍‌ରେ ସୁଶାନ୍ତକୁ ରଖାଯିବର ବ୍ୟବସ୍ଥା କରାଯାଇଛି। ଏହି ସେଲ୍‌ ବାହାରେ ଏସଓଜୀ ଯବାନ ମୁତୟନ ରହିବେ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସେହିପରି ଏକ ମିନିବସ୍‌ରେ ସୁଶୀଲକୁ ସଶସ୍ତ୍ର ସୁରକ୍ଷା ଅଧିକାରୀମାନେ ବାଲେଶ୍ୱର ଜେଲକୁ ନିଆଯାଇଛି। ଜେଲ୍‌ର ୧ ନମ୍ବର ସେଲ୍‌ରେ ସୁଶୀଲ ରହିବ। ତା’ ଉପରେ ନଜର ରଖିବାକୁ ୱାର୍ଡ ବାହାରେ ଓ ଭିତରେ ସିସିଟିଭି କ୍ୟାମେରା ଲଗାଯାଇଛି। ତାକୁ ଜଗିବା ଲାଗି ଜେଲ୍‌ରେ ସଜା କାଟୁଥିବା କିଛି କଏଦୀଙ୍କୁ ସ୍ପେଶାଲ ୱାର୍ଡର ନିଯୁକ୍ତି ଦିଆଯିବ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହଛନ୍ତି।

Advertisment

ଅପରାହ୍ନରେ ଦୁଇଭାଇଙ୍କୁ ସ୍ଥାନାନ୍ତର କରାଯିବ ବୋଲି କଟକ ଡିସିପି ସଞ୍ଜୀବ ଅରୋରା ପୂର୍ବରୁ ସୂଚନା ଦେଇଥିଲେ।

ସୁରକ୍ଷା ଦୃଷ୍ଟିରୁ ଦୁଇଭାଇଙ୍କୁ ଚୌଦ୍ୱାର ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମାର୍ଚ୍ଚ ୧୧ ତାରିଖରେ କଟକ ଏସ୍‌ଡିଜେମ୍‌ କୋର୍ଟରେ କମିଶନରେଟ୍‌ ପୋଲିସ ଆବେଦନ କରିଥିଲା। ଆବେଦନରେ ଦୁଇଭାଇଙ୍କୁ ବଲାଙ୍ଗିର ଓ ଯାଜପୁର ଜେଲ୍‌ ପଠାଇବାକୁ ଅନୁରୋଧ କରାଯାଇଥିଲା। ଏହାର ବିଚାର କରି କୋର୍ଟ ସୁଶାନ୍ତକୁ ଝାରପଡ଼ା ଓ ସୁଶୀଲକୁ ବାଲେଶ୍ୱର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ।

ଆଜି ରମେଶଙ୍କ ଆଉ ଏକ ସ୍କର୍ପିଓ ଜବତ କରାଯାଇଛି। ଏହାକୁ ମିଶାଇ ୧୨ଟି ଗାଡ଼ି ଜବତ ହୋଇଛି। ଭୁବନେଶ୍ୱର ଜ୍ୟୋତ୍ସା ଏନ୍‌କ୍ଲେଭରୁ ମିଳିଥିବା ଏହି ଫଟୋକୁ ନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଫଟୋର ରମେଶଙ୍କ ଥିବା ଏହି ଯୁବତୀ ଜଣଙ୍କ କିଏ? ତାଙ୍କ ସହ ରମେଶଙ୍କର କି ସମ୍ପର୍କ ଥିଲା, ସେ ନେଇ ଖୋଳତାଡ଼ ଚାଲିଛି।

[embed]https://twitter.com/OdishaReporter/status/709340067269980160[/embed]

“ଭାଇମାନେ କଟକ ଅସୁରକ୍ଷିତ, କଟକକୁ ବଞ୍ଚାନ୍ତୁ”: ସୁଶୀଲ

“ଭାଇମାନେ କଟକ ଅସୁରକ୍ଷିତ, କଟକକୁ ବଞ୍ଚାନ୍ତୁ”। ଚୌଦ୍ୱାର ଜେଲରୁ ବାଲେଶ୍ୱର ଜେଲକୁ ସ୍ଥାନାନ୍ତର ବେଳେ ଏହା କହିଛି ସୁଶୀଲ। ସୁଶୀଲ ଏପରି କହିବାକୁ ନେଇ ଏବେ ପୋଲିସର ଚିନ୍ତା ବଢି ଯାଇଛି। ସୁଶୀଲର ଏପରି ମନ୍ତବ୍ୟର ଅର୍ଥ କ’ଣ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କଟକରୁ ସେମାନେ ସ୍ଥାନାନ୍ତର ହେବା ବେଳେ ଏପରି କହିବା ପଛର ରହସ୍ୟ କ’ଣ? ସେ ଏପରି ମନ୍ତବ୍ୟ ଦେଇ କ’ଣ ନିଜ ଗ୍ୟାଙ୍ଗର ସଦସ୍ୟଙ୍କୁ ସକ୍ରିୟ ହେବାକୁ ପରୋକ୍ଷ ପରାମର୍ଶ ଦେଇଛି କି? ଯଦି ଏହା ସତ ହୋଇଥାଏ ତେବେ କେବଳ କଟକ ନୁହେଁ, ଦୁଇ ଭାଇ ଯେଉଁ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ସେଠାରେ ପୋଲିସ ପ୍ରଶାସନକୁ ସତର୍କ ହେବାକୁ ପଡିବ। କାରଣ ଦୁଇଭାଇଙ୍କ ବହୁ ସଦସ୍ୟ ଏବେ ବି ବାହାରେ ବୁଲୁଛନ୍ତି। ସବୁଠାରୁ ବଡ଼ କଥା ହେଲା ସେମାନଙ୍କ ପାଖରେ କେତୋଟି ବନ୍ଧୁକ ଅଛି, କେଉଁ ପ୍ରକାରର ବନ୍ଧୁକ ଅଛି ସେ ନେଇ ବିଶେଷ କିଛି ସୂଚନା ପୋଲିସ ପାଖରେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe