କଟକରେ ଦୁଇ ସାହି ମୁହାଁମୁହିଁ: କାଚ ବୋତଲ ମାଡ଼

କଟକ: କଟକର ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ସାହି ପକ୍ଷରୁ କାଚ ବୋତଲ ମାଡ଼ ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଲୋକେ ପୋଲିସ ଉପରକୁ ମଧ୍ୟ କାଚ ବୋତଲ  ଓ ଢେଲା ମାଡ଼ କରିଛନ୍ତି। ବାଦାମବାଡ଼ି ଓ ପୁରୀଘାଟ ଥାନା ଅଧିକାରୀଙ୍କ ଉପରକୁ ବୋତଲ ମାଡ଼ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷରୁ ୧୭ ଜଣଙ୍କୁ ପୋଲିସ ଅଟକ ରଖିଛି।

ପୂଜା ଭସାଣ ସମୟରୁ ଉଭୟ ସାହି ମଧ୍ୟରେ ଉତ୍ତେଜନା ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।