Advertisment

ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାରେ ହେବ ସାଇନ୍ସ ପାର୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଭଳି ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ। ଫ୍ଲୋରାଇଡ଼ ପ୍ରଭାବିତ ନୂଆପଡ଼ାକୁ ଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଏହି ଜିଲ୍ଲା ୩୦୦ ଗାଁକୁ ଫ୍ଲୋରାଇଡ଼ ମୁକ୍ତ ପାଣି ଯୋଗାଇ ଦିଆଯିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଘୋଷଣା କରିଛନ୍ତି।

ନବୀନ କହିଛନ୍ତି-“କୋରାପୁଟ ଜିଲ୍ଲାରେ ୭ଟି ରେଲୱେ ଅଣ୍ଡର ପାସ୍ ତିଆରି କରାଯିବ। ଲୁଣା ପ୍ରଭାବିତ ୩ଟି ଜିଲ୍ଲାକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ପୁରୀ ଓ କେନ୍ଦ୍ରାପଡ଼ା। ଏହାଛଡ଼ା ଏଣିକି ଜିଲ୍ଲାସ୍ତରରେ ମଞ୍ଜୁରୀ ପାଇବ ନିର୍ମାଣ ଶ୍ରମିକଙ୍କ ଭତ୍ତା।”

ସେ କହିଛନ୍ତି-“ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଅଚଳ ଏଲ୍ଆଇ ପଏଣ୍ଟ ଗୁଡ଼ିକ ତୁରନ୍ତ ମରାମତି କରାଯିବ। ସ୍ୱାସ୍ଥ୍ୟ କର୍ପସ ପାଣ୍ଠି ସବୁ ଆଦିବାସୀ ଜିଲ୍ଲାକୁ ସଂପ୍ରସାରିତ କରାଯିବ। ପୂର୍ବରୁ କେବଳ କେବିକେ ଜିଲ୍ଲା ପାଇଁ ଥିଲା ସ୍ୱାସ୍ଥ୍ୟ କର୍ପସ ପାଣ୍ଠି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe