Advertisment

ସିଏମ୍‌ସି ଉପନିର୍ବାଚନ: କଂଗ୍ରେସ ହାତେଇଲା ୨୧ ନମ୍ୱର ୱାର୍ଡ

କଟକ: କଟକ ମହାନଗର ନିଗମର ୨୧ ନମ୍ୱର ୱାର୍ଡ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସ ୨୧୭ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ତୁଳସୀ ବେହେରାଙ୍କୁ ପରାଜିତ କରିଛନ୍ତି। ଗୌରୀଙ୍କୁ ୧୬୦୧ଟି ଭୋଟ ମିଳିଥିବା ବେଳେ ତୁଳସୀଙ୍କୁ ୧୩୮୪ଟି ଭୋଟ୍ ମିଳିଛି। ବିଜେପିର ପଦ୍ମିନୀ ବେହାରାଙ୍କୁ ୯୩୮ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଫଳାଫଳ ଘୋଷଣା ପରେ କଂଗ୍ରେସ କ୍ୟାମ୍ପରେ ଉତ୍ସବର ପରିବେଶ ଦେଖାଦେଇଥିଲା। ଭୋଟ ଗଣତି […]

ଅଦ୍ୟତନ ହୋଇଛି
ସିଏମ୍‌ସି ଉପନିର୍ବାଚନ: କଂଗ୍ରେସ ହାତେଇଲା ୨୧ ନମ୍ୱର ୱାର୍ଡ

cmc

Advertisment

କଟକ: କଟକ ମହାନଗର ନିଗମର ୨୧ ନମ୍ୱର ୱାର୍ଡ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସ ୨୧୭ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ତୁଳସୀ ବେହେରାଙ୍କୁ ପରାଜିତ କରିଛନ୍ତି। ଗୌରୀଙ୍କୁ ୧୬୦୧ଟି ଭୋଟ ମିଳିଥିବା ବେଳେ ତୁଳସୀଙ୍କୁ ୧୩୮୪ଟି ଭୋଟ୍ ମିଳିଛି। ବିଜେପିର ପଦ୍ମିନୀ ବେହାରାଙ୍କୁ ୯୩୮ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ଫଳାଫଳ ଘୋଷଣା ପରେ କଂଗ୍ରେସ କ୍ୟାମ୍ପରେ ଉତ୍ସବର ପରିବେଶ ଦେଖାଦେଇଥିଲା। ଭୋଟ ଗଣତି କେନ୍ଦ୍ର ପରିସରରେ ଗୌରୀଙ୍କ ସମର୍ଥକମାନେ ବିଜୟ ଉତ୍ସବ ପାଳନ କରିଥିଲେ।

ଆଜି ସକାଳ ୮ଟାରୁ ରାଜାବଗିଚା ସ୍କୁଲରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗତକାଲି ସିଏମ୍‌ସିର ୨୧ ନମ୍ୱର ୱାର୍ଡ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୬୦.୧୩% ମତଦାନ ହୋଇଥିଲା। ମତଦାନ ବେଳେ କିଛି ବୁଥ୍ ଆଗରେ ଭୋଟରଙ୍କ ପ୍ରଭାବିତ କରିବାକୁ ପ୍ରାର୍ଥୀଙ୍କ ସମର୍ଥକମାନେ ଉଦ୍ୟମ କରିବାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସର ମୃଦୁ ଲାଠି ଚାଳନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ନିର୍ବାଚନରେ ମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରିଥିଲେ। ବିଜେଡି ପ୍ରାର୍ଥୀ ତୁଳସୀ ବେହେରା, ବିଜେପିର ପଦ୍ମିନୀ ବେହେରା, କଂଗ୍ରେସର ଗୌରୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ  ଭାରତୀ ବେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

Advertisment

ମତଦାନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣେ ଆଡିସିନାଲ ଡିସିପି, ଜଣେ ଏସିପି, ୬ ଜଣ ଅଫିସର ଏବଂ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।

ଏହି ୱାର୍ଡର କର୍ପୋରେଟର ତଥା ସିଏମସିର ପୂର୍ବତନ ମେୟର ଅନିତା ବେହେରା ବିବାଦୀୟ ପରିସ୍ଥିତିରେ ଇସ୍ତଫା ଦେବା ପରେ ଏଠାରେ କର୍ପୋରେଟର ପଦବୀ ଖାଲି ପଡିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe