Advertisment

ସିଏମ୍‌ସି ଉପ ନିର୍ବାଚନରେ ଉତ୍ତେଜନା, ପୋଲିସର ଲାଠିଚାଳନା

କଟକ: କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ପାଇଁ ଆଜି ଉପନିର୍ବାଚନ ହୋଇଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୬୦.୧୩% ମତଦାନ ହୋଇଥିବା ଜଣାପଡିଛି। ତେବେ ମତଦାନ ବେଳେ କିଛି ବୁଥ ଆଗରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାର୍ଥୀଙ୍କ ସମର୍ଥକମାନେ ଉଦ୍ୟମ କରିବାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସର ମୃଦୁ ଲାଠି ଚାଳନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ୬୬୦୪ ମତଦାତା ବିଶିଷ୍ଟ ଏହି […]

ଅଦ୍ୟତନ ହୋଇଛି
ସିଏମ୍‌ସି ଉପ ନିର୍ବାଚନରେ ଉତ୍ତେଜନା, ପୋଲିସର ଲାଠିଚାଳନା

ctc

Advertisment

ctcକଟକ: କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ପାଇଁ ଆଜି ଉପନିର୍ବାଚନ ହୋଇଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୬୦.୧୩% ମତଦାନ ହୋଇଥିବା ଜଣାପଡିଛି। ତେବେ ମତଦାନ ବେଳେ କିଛି ବୁଥ ଆଗରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାର୍ଥୀଙ୍କ ସମର୍ଥକମାନେ ଉଦ୍ୟମ କରିବାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସର ମୃଦୁ ଲାଠି ଚାଳନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

Advertisment

୬୬୦୪ ମତଦାତା ବିଶିଷ୍ଟ ଏହି ୱାର୍ଡରେ ଭୋଟ ଗ୍ରହଣ ପାଇଁ ୬ଟି ବୁଥ କରାଯାଇଥିଲା। ମତଦାନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣେ ଆଡିସିନାଲ ଡିସିପି, ଜଣେ ଏସିପି, ୬ ଜଣ ଅଫିସର ଏବଂ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।

ଏହି ୱାର୍ଡର କର୍ପୋରେଟର ତଥା ସିଏମସିର ପୂର୍ବତନ ମେୟର ଅନିତା ବେହେରା ବିବାଦୀୟ ପରିସ୍ଥିତିରେ ଇସ୍ତଫା ଦେବା ପରେ ଏଠାରେ କର୍ପୋରେଟର ପଦବୀ ଖାଲି ପଡିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe