ପଦ୍ମ କ୍ୟାମ୍ପରେ କଂଗ୍ରେସ ହେବିୱେଟ୍‌: କିଏ ପିନ୍ଧିଲେ ଗେରୁଆ ଟୋପି, ପଢିଲେ ଜାଣିବେ
ଭୁବନେଶ୍ୱର: ଅନ୍ୟକୁ ଭାଙ୍ଗ ନିଜକୁ ଗଢ଼। ଏବେ ଏହି ଧାରାରେ ଚାଲିଛି ବିଜେପି। ଆଉ ଲକ୍ଷ୍ୟ ହେଲା ‘ମିଶନ ୧୯’। ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ରୀତିମତ କଂଗ୍ରେସର ଜଣକ ପରେ କଣେ ନେତା ବିଜେପିରେ ଯୋଗଦେବା। ପଞ୍ଚାୟତ ନିର୍ବାଚନ ପରେ ଦଳରେ ମିଶ୍ରଣ ପର୍ବ ତ୍ୱରାନ୍ୱିତ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସର କିଛି ଜଣାଶୁଣା ନେତା ଆଜି ଗେରୁଆ ଟୋପି ପିନ୍ଧିଛନ୍ତି।
[vc_video link="" align="center"]
କେବଳ କଂଗ୍ରେସ ନେତା ନୁହଁନ୍ତି ଯାଜପୁର ଜିଲ୍ଲା ସୁକିନ୍ଦାର ବିଜେଡି ନେତା ପ୍ରଦୀପ ବଳସାମନ୍ତ ନିଜ ବହୁ ସମର୍ଥକ ଗହଣରେ ପଟୁଆରେ ଆସି ବିଜେପିରେ ସାମିଲ ହୋଇଛନ୍ତି। ଟୁଟୁ ବଳସାମନ୍ତ ଭାବେ ପରିଚିତ ପ୍ରଦୀପ ୨୦୧୪ରେ ସୁକିନ୍ଦାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ।
କିଛିଦିନ ପୂର୍ବରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ ଦଳ ଛା଼ଡିଥିଲେ। ଅନୁଗୋଳ ଜିଲ୍ଲା ସଭାପତି ବିଜେପି ମୁହାଁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ସଭାପତି ବିଜେଡିକୁ ଯାଇଥିଲେ। ନେତ୍ୱତ୍ୱ ପରିବର୍ତ୍ତନର କନ୍ଦଳକୁ ନେଇ ଘାଣ୍ଟି ହେଉଥିବା କଂଗ୍ରେସ ପାଇଁ  ଜଣକ ପରେ ଜଣେ ଟାଣୁଆ ସଂଗଠକ ଦଳ ଛାଡ଼ିବା ଚିନ୍ତା ବଢାଇଛି।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ସୌଭାଗ୍ୟ ହେଉ କି ଦୁର୍ଭାଗ୍ୟ, ବିଜେପି ଏକ ଜୋରଦାର ପାର୍ଟି। ଯାହାର ବେପାରୀ କରିବାର ଇଚ୍ଛା ଅଛି ଓ ଯିଏ ବିଧାୟକ, ସାଂସଦ ହେବାକୁ ଇଚ୍ଛା ରଖିଛନ୍ତି ସେମାନେ ବିଜେପିକୁ ଯାଉଛନ୍ତି। କେହି କିଛି ନୀତି ଆଦର୍ଶରେ ବିଜେପିକୁ ଯାଉନାହାନ୍ତି। କଂଗ୍ରେସ ଦୁର୍ବଳ ହେଉଛି ସତ। ମାତ୍ର ସବଳ ପିଲା ବି ମିଳିବେ।”
ବିଜେଡି ମୁଖପାତ୍ର ପ୍ରତାପ ଦେବ କଟାକ୍ଷ କରି କହିଛନ୍ତି,“ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ସେ ଯେମିତି ଅନ୍ୟ ଦଳରେ ହାତ ପୂରାଉଛନ୍ତି, ତାଙ୍କ ଦଳରେ ମଧ୍ୟ କିଏ ହାତ ପୂରେଇବାକୁ ଚାହିଁଥାଇପାରେ। ଏହା ଏକ ସ୍ୱଭାବିକ ପ୍ରକ୍ରିୟା। ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହା ଚାଲିବ।”
ପଞ୍ଚାୟତ ଫଳାଫଳରେ କଂଗ୍ରେସକୁ ପଛରେ ପକାଇ ୨ ନମ୍ବର ହୋଇଥିବା ବିଜେପି ଏବେ ନିଜ କଳେବର ବୃଦ୍ଧି ପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଇଛି। ଚଳିତମାସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହା ଓଡ଼ିଶା ଆସିବେ। ଏହା ପୂର୍ବରୁ ମିଶ୍ରଣ ରାଜନୀତି ତୀବ୍ର ହେବା ବିଜେପିର ରଣନୀତିକୁ ସ୍ପଷ୍ଟ କରୁଛି।
Ordigital Desk
• Published: Sunday, 04 June 2017
• Updated: 04 June 2017, 08:30 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos