‘ରାଜନୀତିରେ ଅଛି ଓ ରହିବି, ସନ୍ନ୍ୟାସ ନେବି ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତିରୁ ସନ୍ନ୍ୟାସ ନେବା ଖବରକୁ ଖଣ୍ଡନ କରିଛନ୍ତି ବିରୋଧୀ ଦଳ ନେତା ନିରସିଂହ ମିଶ୍ର। ସେ କହିଛନ୍ତି-“ରାଜନୀତିରେ ମୋର ଜନ୍ମ ହୋଇଛି। ରାଜନୀତିରେ ଅଛି ଓ ଆଗକୁ ରହିବି। ମଲା ପର୍ଯ୍ୟନ୍ତ ରାଜନୀତି କରୁଥିବି।”

ନରସିଂହ କହିଛନ୍ତି-“ଆଗାମୀ ନିର୍ବାଚନରେ ମୁଁ ଲଢ଼ିବି ନାହିଁ। ଯେହେତୁ ସେତେବେଳକୁ ମୋର ବୟସ  ୭୯ ହୋଇଯାଇଥିବ। ସେହି ବୟସରେ ଲୋକଙ୍କ ପାଖରେ ପହଞ୍ଚିବା ଓ ସେମାନଙ୍କ ପାଇଁ କାମ କରିବା ସମ୍ଭବ ନୁହେଁ।”

ସେ କହିଛନ୍ତି-“ଜଣେ ଲୋକ ପ୍ରତିନିଧି ହେଲେ ଲୋକଙ୍କ ପାଖକୁ ଯିବାକୁ ପଡିବ ଓ ସେମାନଙ୍କ କଥା ଶୁଣିବାକୁ ପଡ଼ିବ। ଯଦି ସେ ଲୋକ ପାଖକୁ ଯାଇପାରିବେ ନାହିଁ, ତାହାହେଲେ ସମସ୍ୟାର ସମାଧାନ କେମିତି କରିବେ? ୭୦ ବର୍ଷ ପରେ ନିର୍ବାଚନ ଲଢ଼ିବା ଅନୁଚିତ ବୋଲି ମୁଁ ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଇ-ମେଲ୍‌ କରି ଜଣାଇଥିଲି। କିନ୍ତୁ ମୁଁ ନିର୍ବାଚନରୁ ସନ୍ନ୍ୟାସ ନେବି ବୋଲି ଆଜି ଯେଉଁ ଖବର ପ୍ରକାଶ ପାଇଛି, ତାହା ସମ୍ପୂର୍ଣ୍ଣ ଭୁଲ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।