Advertisment

କଂଗ୍ରେସରେ ଅସନ୍ତୋଷ ରହିଥିଲା, ଏବେ ବି ଅଛି: ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସରେ ପୂର୍ବରୁ ଅସନ୍ତୋଷ ରହିଥିଲା, ଏବେ ବି ଅଛି। ଏହା କହିବା ଦଳ ବିରୋଧୀ ନୁହେଁ। ଆଜି ଏପରି କହି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପଟ୍ଟନାୟକ କହିଛନ୍ତି, “ସବୁ ଦଳ ପରି କଂଗ୍ରେସରେ ବି ମୂଷା ରହିଛନ୍ତି। ଆମ ଦଳର ମୂଷାମାନେ ଏପର୍ଯ୍ୟନ୍ତ ବିଷ ଖାଇନାହାନ୍ତି। କିଛି କିଛି ମରୁଛନ୍ତି, ଆଉ କିଛି ଭବିଷ୍ୟତରେ ମରିବେ। ଏବେ ମୂଷାଙ୍କୁ ମାରିବା ପାଇଁ ଉଦ୍ୟମ ଚାଲିଛି।” […]

କଂଗ୍ରେସରେ ଅସନ୍ତୋଷ ରହିଥିଲା, ଏବେ ବି ଅଛି: ନିରଞ୍ଜନ

niranjana

Advertisment

niranjanaଭୁବନେଶ୍ୱର: କଂଗ୍ରେସରେ ପୂର୍ବରୁ ଅସନ୍ତୋଷ ରହିଥିଲା, ଏବେ ବି ଅଛି। ଏହା କହିବା ଦଳ ବିରୋଧୀ ନୁହେଁ। ଆଜି ଏପରି କହି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

ପଟ୍ଟନାୟକ କହିଛନ୍ତି, “ସବୁ ଦଳ ପରି କଂଗ୍ରେସରେ ବି ମୂଷା ରହିଛନ୍ତି। ଆମ ଦଳର ମୂଷାମାନେ ଏପର୍ଯ୍ୟନ୍ତ ବିଷ ଖାଇନାହାନ୍ତି। କିଛି କିଛି ମରୁଛନ୍ତି, ଆଉ କିଛି ଭବିଷ୍ୟତରେ ମରିବେ। ଏବେ ମୂଷାଙ୍କୁ ମାରିବା ପାଇଁ ଉଦ୍ୟମ ଚାଲିଛି।”

ନୂଆ ପିସିସି ଗଠନ ବେଳେ ଟିମ୍‌ର କଳେବରକୁ ନେଇ ନିରଞ୍ଜନ କଟାକ୍ଷ କରିଥିଲେ। ସେତେବେଳେ ସେ କହିଥିଲେ ବହୁ ଲୋକରେ ମୂଷା ମରେ ନାହିଁ। ଏବେ ପୁଣି ନିରଞ୍ଜନଙ୍କ ମୂଷା ଶଦ୍ଦ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ନିରଞ୍ଜନଙ୍କ ବୟାନକୁ ସମର୍ଥନ କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ କହିଛନ୍ତି, “ଦଳରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ମୁଁ ନୁହେଁ ଆମେ ନାରା ଦେଇଥିବା ପିସିସି ସଭାପତି ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି।”

ପିସିସି ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି, “ମୁଁ ତାଙ୍କ ସହିତ ଏକମତ। କିଛି ଲୋକ ଅଛନ୍ତି, ଯେଉଁମାନେ ଅଭ୍ୟାସଗତ ଭାବେ ସମସ୍ୟା ସୃଷ୍ଟି କରନ୍ତି। ସେମାନଙ୍କୁ ପ୍ରତିହତ କରିବାର ଶକ୍ତି ଦଳର ଅଛି।”

ଗତ ସପ୍ତାହରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟି ହେମାନନ୍ଦ ଦଳରେ ଥିବା ଅସନ୍ତୋଷ କଥା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe