corn img
ଆବଶ୍ୟକ ସାମଗ୍ରୀ- କର୍ନଫ୍ଲେକ୍ସ, ଲୁଣ ବୁନ୍ଦି, କାଜୁ, ତେଲ, କିସ୍ମିସ୍, ବାଦାମ, ଚିନି, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ଏବଂ ଭ୍ରୁସଙ୍ଗ ପତ୍ର।
ପ୍ରସ୍ତୁତି ପ୍ରଣାଳୀ- କଡାଇ ଗରମ କରି ସେଥିରେ ପ୍ରଥମେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ବାଦାମ ପକାଇ ଭାଜନ୍ତୁ। ବାଦାମ ଟିକେ ବ୍ରାଉନ୍ ହୋଇଗଲେ କାଢି ଦିଅନ୍ତୁ। ତା’ପର ତେଲରେ କାଜୁ ପକାଇ ଭାଜନ୍ତୁ। କାଜୁ ଭାଜି ହୋଇଯିବା ପରେ ତେଲରେ ଭ୍ରୁସଙ୍ଗ ପତ୍ର ପକାନ୍ତୁ । ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ। କଡାଇ ଗରମ ଥିବ ସେଥିରେ ଟିକେ ଲୁଣ, ଆମଚୁର ପାଉଡ଼ର ଏବଂ ଗରମ ମସଲା ପକାନ୍ତୁ। ସେଥିରେ କର୍ନଫ୍ଲେକ୍ସ ପକାଇ ଗୋଳାନ୍ତୁ। କର୍ନଫ୍ଲେକ୍ସରେ କିଛି କିସ୍ମିସ୍ ପକାନ୍ତୁ। ଭଜା ଥିବା କାଜୁ ଓ ବାଦାମ ପକାଇ ଗୋଳାନ୍ତୁ। ଏବେ ଗ୍ୟାସ୍କୁ ଧୀମା ଆଞ୍ଚରେ ଜଳାନ୍ତୁ। ସେଥିରେ ବୁନ୍ଦି ପକାଉ ଗୋଳାନ୍ତୁ।ଟିକେ ଭାଜି ହୋଇଯିବା ପରେ ପ୍ଲେଟ୍କୁ କାଢି ଖାଆନ୍ତୁ କର୍ନଫ୍ଲେକ୍ସ ମିକ୍ସଚର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/corn-img.jpg)