Advertisment

ତାୱାରେ ତିଆରି କରନ୍ତୁ 'କ୍ରିସ୍ପି ଭେଜିଟେବୁଲ୍‌ ସାଣ୍ଡୱିଚ୍‌'

ଆବଶ୍ୟକ ସାମଗ୍ରୀ- ସିମଲା ଲଙ୍କା, ଲୁଣ, ତେଲ, ପିଆଜ, ଲେମ୍ବୁ, ସିଝା ଆଳୁ. ଚିଜ୍‌, କଞ୍ଚା ଲଙ୍କା, ରାଶି, ଗୋଲ ମରିଚ, ବଟର ଏବଂ ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ-  ପ୍ରଥମେ ଗୋଟେ ପାତ୍ରରେ କଟା ସିମଲା ଲଙ୍କା, ସିଝା ଆଳୁ, କଟା ଲଙ୍କା, କଟା ଧନିଆ ପତ୍ର, କଟା ପିଆଜ, ଚିଜ୍‌, ଲୁଣ, ଗୋଲ ମରିଚ ଏବଂ ଟିକେ ଲେମ୍ବୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗୋଟେ ବ୍ରେଡ୍‌ ଆଣନ୍ତୁ ଓ ସେଥିରେ […]

ତାୱାରେ ତିଆରି କରନ୍ତୁ 'କ୍ରିସ୍ପି ଭେଜିଟେବୁଲ୍‌ ସାଣ୍ଡୱିଚ୍‌'

sandwich

Advertisment

ଆବଶ୍ୟକ ସାମଗ୍ରୀ- ସିମଲା ଲଙ୍କା, ଲୁଣ, ତେଲ, ପିଆଜ, ଲେମ୍ବୁ, ସିଝା ଆଳୁ. ଚିଜ୍‌, କଞ୍ଚା ଲଙ୍କା, ରାଶି, ଗୋଲ ମରିଚ, ବଟର ଏବଂ ଧନିଆ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ-  ପ୍ରଥମେ ଗୋଟେ ପାତ୍ରରେ କଟା ସିମଲା ଲଙ୍କା, ସିଝା ଆଳୁ, କଟା ଲଙ୍କା, କଟା ଧନିଆ ପତ୍ର, କଟା ପିଆଜ, ଚିଜ୍‌, ଲୁଣ, ଗୋଲ ମରିଚ ଏବଂ ଟିକେ ଲେମ୍ବୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗୋଟେ ବ୍ରେଡ୍‌ ଆଣନ୍ତୁ ଓ ସେଥିରେ ପ୍ରସ୍ତୁତ କରିଥିବା ମସଲାରୁ କିଛି ରଖନ୍ତୁ। ମସଲା ହେବା ପରେ ତା'ଉପରେ ଆଉଏକ ବ୍ରେଡ୍‌ ରଖନ୍ତୁ। ତାୱା ଗରମ କରନ୍ତୁ। ତାୱାରେ ଟିକେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ପ୍ରସ୍ତୁତ ଥିବା ବ୍ରେଡ୍‌କୁ ରଖନ୍ତୁ। ବ୍ରେଡର ଯେଉଁ ପାର୍ଶ୍ୱଟି ଉପରକୁ ରହିବ ସେଥିରେ ଟିକେ ବଟର ମାରନ୍ତୁ ଏବଂ ରାଶି ପକାନ୍ତୁ। ରାଶି ଭଲ ଭାବେ ଲାଗିଯିବା ପରେ ବ୍ରେଡକୁ ଓଲଟାଇ ଦିଅନ୍ତୁ। ଯେତେବେଳେ ବି ବ୍ରେଡ୍‌କୁ ତାୱାରେ ରଖୁଛନ୍ତି ସେତେବେଳେ ତା ଉପରେ ଗୋଟେ ପ୍ଳେଟ ରଖନ୍ତୁ ଏବଂ ପ୍ଲେଟ୍ ଉପରେ ଗୋଟେ ଓଜନିଆ ଜିନିଷ ରଖନ୍ତୁ। ଯାହାଦ୍ୱାରା ବ୍ରେଡ୍‌ଟି ଚାପି ହୋଇ ରହିବ। ୫ରୁ୧୦ମିନିଟ୍‌ ପର୍ଯ୍ୟନ୍ତ ବ୍ରେଡକୁ ତାୱାରେ ସେକନ୍ତୁ। ଏହାପରେ ପ୍ଲେଟକୁ କାଢି ଖାଆନ୍ତୁ ଗରମାଗରମ 'କ୍ରିସ୍ପି ଭେଜିଟେବୁଲ୍‌ ସାଣ୍ଡୱିଚ୍‌'।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe