Advertisment

କାନ୍ଦାହାର ବିମାନ ଅପହର୍ତ୍ତାଙ୍କୁ କଟକରେ ଲୁଚାଇ ରଖିଥିଲା ଅବଦୁର ରେହମାନ୍

କଟକ: ବହୁଚର୍ଚ୍ଚିତ କାନ୍ଦାହାର ବିମାନ ଅପହର୍ତ୍ତାଙ୍କୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ କଟକରେ ଲୁଚାଇ ରଖିଥିଲା। ଏହାସହିତ ଅଲକାଏଦା ଓ ଅନ୍ୟ ସଂଗଠନ ସହ ତାର ଲିଙ୍କ୍‌ ଥିଲା ବୋଲି ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଏହି ସୂଚନା ଦେଇଛି ରେହମାନ୍। ତେବେ କଟକରେ  କାହା ପାଖରେ ଏବଂ କାହା ଘରେ କାନ୍ଦାହାର ବିମାନ ଅପହର୍ତ୍ତାଙ୍କୁ ରେହମାନ୍ ଲୁଚାଇ ରଖିଥିଲା ସେ ନେଇ  ଅବଦୁର  ଠାରୁ  ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି। ଆଜି ତୃତୀୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
କାନ୍ଦାହାର ବିମାନ ଅପହର୍ତ୍ତାଙ୍କୁ କଟକରେ ଲୁଚାଇ ରଖିଥିଲା ଅବଦୁର ରେହମାନ୍

reheman

କଟକ: ବହୁଚର୍ଚ୍ଚିତ କାନ୍ଦାହାର ବିମାନ ଅପହର୍ତ୍ତାଙ୍କୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ କଟକରେ ଲୁଚାଇ ରଖିଥିଲା। ଏହାସହିତ ଅଲକାଏଦା ଓ ଅନ୍ୟ ସଂଗଠନ ସହ ତାର ଲିଙ୍କ୍‌ ଥିଲା ବୋଲି ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଏହି ସୂଚନା ଦେଇଛି ରେହମାନ୍। ତେବେ କଟକରେ  କାହା ପାଖରେ ଏବଂ କାହା ଘରେ କାନ୍ଦାହାର ବିମାନ ଅପହର୍ତ୍ତାଙ୍କୁ ରେହମାନ୍ ଲୁଚାଇ ରଖିଥିଲା ସେ ନେଇ  ଅବଦୁର  ଠାରୁ  ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି।

Advertisment

ଆଜି ତୃତୀୟ ଦିନରେ ଅବଦୁର ରେହମାନକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ଅଧିକାରୀ ରେହେମାନଙ୍କୁ ଜେରା କରୁଥିବା ବେଳେ ଧିରେ ଧିରେ ଆତଙ୍କବାଦୀ ସଂଗଠନର ଲିଙ୍କ୍ ନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଅବଦୁର ରେହମାନକୁ କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା।

Advertisment