Advertisment

ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗ: ଅନାଦି ଓ ମାରିକ୍ ପୁଣି ମୁହାଁମୁହିଁ

କଟକ/ଭୁବନେଶ୍ୱର: ଡି’ବ୍ରଦର୍ସ ଲିଙ୍କ୍ ନେଇ ମଙ୍ଗଳବାର ପୁଣି ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁ ଓ ପୂର୍ବତନ ଡିଜିପି ସଂଜୀବ ମାରିକ। ଡି’ବ୍ରଦର୍ସଙ୍କ ସହ ମାରିକଙ୍କର ସିଧାସଳଖ ସଂପର୍କ ଥିବା ତଥା ସେମାନଙ୍କ ଏକାଉଣ୍ଟରୁ ତାଙ୍କ ଏକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଯାଇଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିବା ଅନାଦି ଅଭିଯୋଗ କରିଛନ୍ତି ଯେ ଆଜି ବଦଳି ହୋଇଥିବା ସଂଜୀବ ମାରିକଙ୍କ ପୂର୍ବତନ ଷ୍ଟେନୋ ରବୀନ୍ଦ୍ର ସେଠୀ ତାଙ୍କ ବେଆଇନ ଆର୍ଥିକ କାରବାର କଥା […]

ଅଦ୍ୟତନ ହୋଇଛି
ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗ: ଅନାଦି ଓ ମାରିକ୍ ପୁଣି ମୁହାଁମୁହିଁ

sanjib-marik-and-anadi-sahoo

Advertisment

sanjib-marik-and-anadi-sahooକଟକ/ଭୁବନେଶ୍ୱର: ଡି’ବ୍ରଦର୍ସ ଲିଙ୍କ୍ ନେଇ ମଙ୍ଗଳବାର ପୁଣି ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁ ଓ ପୂର୍ବତନ ଡିଜିପି ସଂଜୀବ ମାରିକ। ଡି’ବ୍ରଦର୍ସଙ୍କ ସହ ମାରିକଙ୍କର ସିଧାସଳଖ ସଂପର୍କ ଥିବା ତଥା ସେମାନଙ୍କ ଏକାଉଣ୍ଟରୁ ତାଙ୍କ ଏକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଯାଇଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିବା ଅନାଦି ଅଭିଯୋଗ କରିଛନ୍ତି ଯେ ଆଜି ବଦଳି ହୋଇଥିବା ସଂଜୀବ ମାରିକଙ୍କ ପୂର୍ବତନ ଷ୍ଟେନୋ ରବୀନ୍ଦ୍ର ସେଠୀ ତାଙ୍କ ବେଆଇନ ଆର୍ଥିକ କାରବାର କଥା ବୁଝୁଥିଲେ। ଟଙ୍କା କେଉଁଠି ନିବେଶ କରିବାକୁ ହେବ ତାହା ରବୀନ୍ଦ୍ର ବୁଝୁଥିଲେ ଓ ନିଜେ ଯାଇ ଟଙ୍କା ନେବାଆଣିବା କାମ କରୁଥିଲେ। ସେ ଡି’ବ୍ରଦର୍ସଙ୍କୁ କୋର୍ଟ ପରିସରରେ ଭେଟିଥିଲେ ଓ ମାରିକଙ୍କ ବିରୋଧରେ ପୋଲିସ୍‌କୁ କିଛି ନ କହିବାକୁ ସେମାନଙ୍କୁ କହିଥିଲେ। ମାରିକ୍‌ ହିଁ ତାକୁ ଡି’ବ୍ରଦର୍ସଙ୍କୁ ଭେଟି ଏହି ବାର୍ତ୍ତା ପହଞ୍ଚାଇବାକୁ ପଠାଇଥିଲେ ବୋଲି ଦାବି କରିଛନ୍ତି ଅନାଦି।

Advertisment

ସୂଚନାଯୋଗ୍ୟ, ସଂଜୀବ ମାରିକଙ୍କ ପୂର୍ବତନ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କୁ ଆଜି ଏଚ୍‌ଆରପିସିରୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍‌କୁ ବଦଳି କରାଯାଇଛି। ଡି’ବ୍ରଦର୍ସଙ୍କୁ କୋର୍ଟ ପରିସରରେ ଭେଟିବା ଅଭିଯୋଗରେ ତାଙ୍କୁ ବଦଳି କରାଯାଉଥିବା କୁହାଯାଉଛି। କିନ୍ତୁ ଡିଜିପି କେ.ବି ସିଂହ କହିଛନ୍ତି ଯେ ସେ ୧୨ ବର୍ଷ ଧରି ଗୋଟିଏ ସ୍ଥାନରେ ଥିବାରୁ ତାଙ୍କୁ ବଦଳି କରାଯାଇଛି। ଡି’ବ୍ରଦର୍ସଙ୍କ ସହ ତାଙ୍କର ଲିଙ୍କ୍ ଅଛି କି ନାହିଁ, ତଦନ୍ତ ପରେ ଜଣାପଡ଼ିବ।

ଆଉ ଏହି ପରିପ୍ରେକ୍ଷୀରେ ଅନାଦି ସାହୁ ପୂର୍ବତନ ଡିଜିପି ମାରିକଙ୍କ ଉପରେ ତାଙ୍କର ଆକ୍ରମଣକୁ ଆହୁରି ଶାଣିତ କରି କହିଛନ୍ତି,“ଡି’ବ୍ରଦର୍ସ ଓ ମାରିକଙ୍କ ମଧ୍ୟରେ ପାଖାପାଖି ୫ରୁ୭ କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି। ସେ ଡି’ବ୍ରଦର୍ସଙ୍କ ଅନ୍ୟତମ ସହଯୋଗୀ ତଥା ଏବେ ଗିରଫ ହୋଇ ଜେଲ୍‌ରେ ଥିବା ନିର୍ମଳ ରାଉତର ଖୁଣ୍ଟକଟା ଫାର୍ମ ହାଉସ୍‌କୁ ମାରିକ ଏକାଧିକବାର ଯାଇଛନ୍ତି।”

Advertisment

ସେ ଆହୁରି ମଧ୍ୟ କହିଛନ୍ତି,“ମାରିକ୍ ବିଭିନ୍ନ ଆକାରରେ ବେଆଇନ୍ ଟଙ୍କା ଆଦାୟ କରୁଥିଲେ। ଭଜନା ବୋଲି ଜଣେ ଅପରାଧୀକୁ ପୋଲିସ୍ ଗିରଫ କରିଛି। ସେହି ଭଜନା ୩୫ ଫୁଟ୍ ଉଚ୍ଚର ଏକ ଗଣେଶ ମୂର୍ତ୍ତି କରିବାକୁ ଚାହୁଁଥିଲା। କିନ୍ତୁ ଡିସିପି ତାକୁ ଅନୁମତି ଦେଲେ ନାହିଁ। କିନ୍ତୁ ସେତେବେଳେ ଡିଜି ଥିବା ମାରିକ୍ ଏନେଇ ଭଜନାକୁ ଅନୁମତି ଦେଇଥିଲେ। ସେ କ’ଣ ପାଇଁ ଅନୁମତି ଦେଇଥିଲେ? ସେ ଅନୁମତି ଦେବାକୁ କିଏ? ନିଶ୍ଚିତ ଭାବେ ଏ ଅନୁମତି ପାଇଁ ଭଜନାଠାରୁ କିଛି ଟଙ୍କା ପକାଇଥିବେ।”

ମାରିକ ଡିଜିପି ଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ବିଲ୍ଡରଙ୍କଠାରୁ ଟଙ୍କା ଆଦାୟ କରିଥିଲେ ବୋଲି ଅନାଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମାରିକ ପାଖାପାଖି ବର୍ଷ ୨ ବା ୩ ମାସ ଡିଜିପି ଥିଲେ। ସେହି ସମୟ ମଧ୍ୟରେ ସେ ପାଖାପାଖି ୧୦ କୋଟି ଟଙ୍କା ଆଦାୟ କରିଛନ୍ତି। ଭୁବନେଶ୍ୱରରେ ଅନେକ ବିଲ୍ଡରଙ୍କଠାରୁ ସେ ଟଙ୍କା ନେଇଛନ୍ତି।

ଏପରିକି କଟକର ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟାକାଣ୍ଡ ସହିତ ବି ମାରିକ୍‌ଙ୍କ ନାଁକୁ ଯୋଡ଼ିଛନ୍ତି ଅନାଦି। ସେ କହିଛନ୍ତି, “ମାରିକଙ୍କ ପାଇଁ ହିଁ ଫାରୁକ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ହୋଇଛି। କାହାକୁ ବଞ୍ଚାଇବାକୁ ମାରିକ୍ ଏହି ହତ୍ୟାକାଣ୍ଡର ମାତ୍ର କିଛି ଦିନ ପରେ ଧଳସାମନ୍ତ ଭ୍ରାତାଙ୍କ ଟ୍ରାନ୍ସପୋର୍ଟ ଅଫିସ୍‌ର ସିଲ୍ ଖୋଲି ଥିଲେ, ତାହା ତଦନ୍ତ ସାପେକ୍ଷ। କମିଶନରେଟ୍ ପୋଲିସ୍ ଆଉ ଥରେ ଫାରୁକ୍ କେସ୍ ଖୋଲିଛି। ଏଣୁ ପୋଲିସ୍ କମିଶନରଙ୍କୁ ମୁଁ ଅନୁରୋଧ କରୁଛି ସେ ମାରିକ୍‌ଙ୍କୁ ସମନ ଜାରି କରି  ଏସମ୍ପର୍କରେ ପଚରାଉଚରା କରନ୍ତୁ।”

ଅନ୍ୟପକ୍ଷରେ ଅନାଦିଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକ। ସେ କହିଛନ୍ତି,“ଅନାଦିଙ୍କ ମତିଭ୍ରମ ହୋଇଯାଇଛି। ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ସେଥିପାଇଁ ସେ ପାଗଳଙ୍କ ଭଳି କଥାବାର୍ତ୍ତା କରୁଛନ୍ତି। ଚାରି ଦିନରେ ଚାରି ପ୍ରକାର କଥା କହୁଛନ୍ତି।”

ଖୁଣ୍ଟକଟା ଫାର୍ମ ହାଉସ୍ ଯିବା କଥାକୁ ବି ଅସ୍ୱୀକାର କରିଛନ୍ତି ମାରିକ। ସେ କହିଛନ୍ତି, ‘ମୁଁ ଖୁଣ୍ଟକଟାକୁ କେବେ ବି ଯାଇ ନାହିଁ।’

ରବୀନ୍ଦ୍ରଙ୍କ ସଂପର୍କରେ ସୂଚନା ଦେଇ ମାରିକ କହିଛନ୍ତି ଯେ ତାଙ୍କର ୩ ଜଣ ଷ୍ଟେନୋ ଥିଲେ। ରବୀନ୍ଦ୍ର ବେଶୀ କାମ ବୁଝାସୁଝା କରୁ ନ ଥିଲେ।

ମାରିକ୍ ପୁଣି କହିଛନ୍ତି ଅନାଦି ଅନ୍ୟ କାହାରି ପ୍ରରୋଚନାରେ ପଡ଼ି ଏମିତି ବିଳାପ କରୁଛନ୍ତି। ତଦନ୍ତର ଦିଗକୁ ଅଲଗା ରୂପ ଦେବାକୁ ସେ ଏଭଳି କରୁଛନ୍ତି।

ରବୀନ୍ଦ୍ର ସେଠୀ ମଧ୍ୟ ଅନାଦିଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି,“ମୁଁ ସେଦିନ ପୋଲିସ୍‌ର ଅନୁମତି ନେଇ ଡି’ବ୍ରଦର୍ସଙ୍କୁ ଦେଖିବାକୁ ଯାଇଥିଲି। ସେମାନଙ୍କୁ ଦୂରରୁ ଦେଖି ଥିଲି। ସେମାନଙ୍କ ସହିତ କଥା ହୋଇ ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe