anadi-d-brothers
ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ପଲିଟିକାଲ୍ ଓ ପୋଲିସ୍ ଲିଙ୍କ୍କୁ ନେଇ ପୂର୍ବତନ ସାଂସଦ ଅନାଦି ସାହୁଙ୍କ ବିସ୍ଫୋରକ ବୟାନ ଚର୍ଚ୍ଚାର କାରଣ ପାଲଟିଛି। ପୂର୍ବତନ ସାଂସଦ ସାହୁ ଡି’ ବ୍ରଦର୍ସଙ୍କ ସହ ବିଜେଡିର ୩ଜଣ ବିଧାୟକଙ୍କ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ସେହିପରି ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକଙ୍କ ସହ ଏହି ଦୁଇ ଭାଇଙ୍କର ସିଧାସଳଖ ସମ୍ପର୍କ ଥିବା ମଧ୍ୟ ସେ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ସାହୁ ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକଙ୍କ ସହ ଏହି ଦୁଇ ଭାଇଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଡି’ ବ୍ରଦର୍ସଙ୍କ ଟଙ୍କାରେ ମାରିକଙ୍କ ପୁଅ ବାହାଘର ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ଗୋଟିଏ ଦିନରେ ମାରିକଙ୍କ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା ଜମା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ, ରାଜଶ୍ରୀ ମଲ୍ଲିକ ଓ ପ୍ରମୋଦ ମଲ୍ଲିକଙ୍କର ଡି’ ବ୍ରଦର୍ସଙ୍କ ସହ ସମ୍ପର୍କ ଅତି ଘନିଷ୍ଠ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ବିଜେପି ଓ କଂଗ୍ରେସର ମଧ୍ୟ କିଛି ନେତା ଦୁଇ ଭାଇଙ୍କ ସହ ସମ୍ପର୍କ ରଖିଥିଲେ। ପଲିଟିକାଲ୍ ଲିଙ୍କ୍ ନେଇ ପୋଲିସ୍ ତଦନ୍ତ ଠିକଣା ଦିଗରେ ଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।
ପୂର୍ବତନ ପୋଲିସ୍ ଡିଜି ମାରିକ କହିଛନ୍ତି,‘ପୂର୍ବତନ ସାଂସଦ ଅନାଦି ସାହୁଙ୍କ ମୁଣ୍ଡ ଖରାପ ହୋଇଯାଇଛି। ସେ ପଇସା ଖାଇ ଏପରି କହୁଛନ୍ତି। ମୋର ଗୋଟିଏ ଆକାଉଣ୍ଟ୍ ଅଛି। କେଉଁ ଆକାଉଣ୍ଟକୁ ଟଙ୍କା ଆସିଥିଲା ଅନାଦି ତାହାର ପ୍ରମାଣ ଦିଅନ୍ତୁ। ଡି’ ବ୍ରଦର୍ସଙ୍କୁ କେବେ ବି ଜାଣି ନ ଥିଲି। ମୋ ପୁଅ ବାହାଘର ଭୁବନେଶ୍ୱର କ୍ଲବରେ ହୋଇଥିଲା। ଉକ୍ତ କ୍ଲବ୍ ପକ୍ଷରୁ ବିବାହ ଉତ୍ସବ ପରିଚାଳନା କରାଯାଇଥିଲା। ଉକ୍ତ ବିବାହର ସମସ୍ତ ହିସାବ ମୋ ପାଖରେ ରହିଛି। ଏପରି ଅଭିଯୋଗ ଆଣି ଅନାଦି ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି।’
ଅନାଦିଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ମାରିକ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/anadi-d-brothers.jpg)