Advertisment

ଡି’ ବ୍ରଦର୍ସ ଲିଙ୍କ୍ ମାମଲା: ଭୁଆଁ ଗଲା ଜେଲ୍

କଟକ: ଡି’ ବଦ୍ରର୍ସ ଭ୍ରାତାଙ୍କ ଲିଙ୍କ୍  ଓ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଥିବା ପ୍ରମୋଦ ପାତ୍ର ଓରଫ୍ ଭୁଆଁକୁ ଜେଲ୍ ପଠାଇ ଦିଆଯାଇଛି। ଭୁଆଁକୁ କଟକ ଏସ୍‌ଡିଜେଏମ୍‌ଙ୍କ ବାସଭବନରେ ହାଜର କରାଯାଇଥିଲା। ପୋଲିସ୍ ରିମାଣ୍ଡ ଆବେଦନ କରି ନ ଥିଲା। ତେଣୁ ତାକୁ ଜେଲ୍ ପଠାଇ ଦିଆଯାଇଛି। ଭୁଆଁକୁ ମିଶାଇ ଡି’ ବ୍ରଦର୍ସ ଲିଙ୍କରେ ଏଯାଏଁ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲିଠାରୁ ଅଟକ ଥିବା ଭୁଆଁକୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଡି’ ବ୍ରଦର୍ସ ଲିଙ୍କ୍ ମାମଲା: ଭୁଆଁ ଗଲା ଜେଲ୍

pramod patra

କଟକ: ଡି’ ବଦ୍ରର୍ସ ଭ୍ରାତାଙ୍କ ଲିଙ୍କ୍  ଓ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଥିବା ପ୍ରମୋଦ ପାତ୍ର ଓରଫ୍ ଭୁଆଁକୁ ଜେଲ୍ ପଠାଇ ଦିଆଯାଇଛି। ଭୁଆଁକୁ କଟକ ଏସ୍‌ଡିଜେଏମ୍‌ଙ୍କ ବାସଭବନରେ ହାଜର କରାଯାଇଥିଲା। ପୋଲିସ୍ ରିମାଣ୍ଡ ଆବେଦନ କରି ନ ଥିଲା। ତେଣୁ ତାକୁ ଜେଲ୍ ପଠାଇ ଦିଆଯାଇଛି। ଭୁଆଁକୁ ମିଶାଇ ଡି’ ବ୍ରଦର୍ସ ଲିଙ୍କରେ ଏଯାଏଁ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Advertisment

ଗତକାଲିଠାରୁ ଅଟକ ଥିବା ଭୁଆଁକୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। ଭୁଆଁ ଘରୁ ୭୬ଲକ୍ଷ ୨୦ହଜାର ଟଙ୍କା ଜବତ କରାଯାଇଛି। ଡି’ ବଦ୍ରର୍ସ ଘରୁ ମିଳିଥିବା ସିଡିର ତଥ୍ୟ ଆଧାରରେ ଭୁଆଁକୁ ଗିରଫ ଯାଇଥିବା ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଛନ୍ତି।।

ଗତକାଲି ଶଙ୍କରପୁର  ସ୍ଥିତ ଭୁଆଁର ଘରେ  ଡିସିପି  ସମେତ ୨୦ ଜଣ ଅଫିସର ଏବଂ ୨ ପ୍ଲାଟୁନ ଫୋର୍ସ ଚଢ଼ାଉ କରିଥିଲେ। ଶଙ୍କରପୁର-ବାଦାମବାଡ଼ି ପୂଜା କମିଟିର ସଭାପତି ଥିଲା ଭୁଆଁ। କେବଳ କଟକ ନୁହେଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଭୁଆଁର ପତିଆରା ଥିଲା। ୯୦ ଦଶକରେ ଅପରାଧ ଜଗତରେ ସେ ବେଶ ସକ୍ରିୟ ଥିଲା। ତା’ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ବୋମାମାଡ଼ ଭଳି ୧୦ରୁ ଅଧିକ ମାମଲା ରହିଛି। ତେବେ ଗତ କିଛିବର୍ଷ ହେବ ତା’ ନାଁରେ କୌଣସି ଅଭିଯୋଗ ଆସି ନ ଥିଲା।

Advertisment

ଡି’ ବ୍ରଦର୍ସଙ୍କ ଘରୁ ଜବତ ସିଡିରୁ ଭୁଆଁ ସମ୍ପର୍କରେ ପୋଲିସ ଜାଣିବାକୁ ଯାଇଥିଲା। କଟକ ସହରରୁ ଦାଦାବଟି ଆଦାୟ ନେଇ ଡି’ ବ୍ରଦର୍ସ ଓ ଭୁଆଁ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂ ଏହି ସିଡିରେ ରହିଛି ବୋଲି କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି।

ସୂଚନାଯୋଗ୍ୟ, ଡି’ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସଂପର୍କ ରଖିଥିବା ଅଭିଯୋଗରେ ଗତକାଲି କମିଶନରେଟ୍ ପୋଲିସ୍ କଟକର କୁଖ୍ୟାତ ଅପରାଧୀ ଯୁଗ ପ୍ରକାଶ କାନୁନଗୋକୁ ଗିରଫ କରିଥିଲା। ଚଢ଼ାଉ ବେଳେ ତା’ ଘରୁ ଗୋଟିଏ ବନ୍ଧୁକ, ୫୦ଟି ଅଫୁଟା ଗୁଳି, ବିଭିନ୍ନ ମାରଣାସ୍ତ୍ର, ୪ଟି ଗାଡ଼ି, ୧୪ଟି ପାସ୍‌ବୁକ୍, ଡାଏରୀ ଓ ସିଡି ଜବତ କରାଯାଇଛି। କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ତା’ ନାଁରେ ହତ୍ୟା, ଦାଦାବଟି ଆଦାୟ ଭଳି ସଙ୍ଗୀନ ମାମଲା ରହିଛି।