Advertisment

ଡି’ବ୍ରଦର୍ସଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ପୋଲିସ୍‌କୁ ଅନୁମତି

କଟକ: ଡି’ ବ୍ରଦର୍ସଙ୍କୁ ପୁଣି ୫ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ। କଟକ ଏସ୍‌ଡିଜେଏମ୍‌ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ଡି’ ବ୍ରଦର୍ସଙ୍କ ଜଣେ ସହଯୋଗୀ ଦେବାଶିଷ କରଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଓମ୍‌ ହତ୍ୟା ମାମଲାରେ ଦେବାଶିଷ ଦୁଇ ଭାଇଙ୍କୁ ସହଯୋ କରିଥିବା ଅଭିଯୋଗରେ ଗିରଫ ହୋଇଛି। ଡି’ ବ୍ରଦର୍ସଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ କମିଶନରେଟ୍ ପୋଲିସ୍ ଆବେଦନ କରିଥିଲା। ଓମ୍ […]

ଅଦ୍ୟତନ ହୋଇଛି
ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ସୁଧୀର ଚୌଧୁରୀ ଗିରଫ

d-brothers

Advertisment

କଟକ: ଡି’ ବ୍ରଦର୍ସଙ୍କୁ ପୁଣି ୫ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ। କଟକ ଏସ୍‌ଡିଜେଏମ୍‌ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ଡି’ ବ୍ରଦର୍ସଙ୍କ ଜଣେ ସହଯୋଗୀ ଦେବାଶିଷ କରଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଓମ୍‌ ହତ୍ୟା ମାମଲାରେ ଦେବାଶିଷ ଦୁଇ ଭାଇଙ୍କୁ ସହଯୋ କରିଥିବା ଅଭିଯୋଗରେ ଗିରଫ ହୋଇଛି।

Advertisment

ଡି’ ବ୍ରଦର୍ସଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ କମିଶନରେଟ୍ ପୋଲିସ୍ ଆବେଦନ କରିଥିଲା। ଓମ୍ ହତ୍ୟାକାଣ୍ଡ ମାମଲାରେ ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ପୁଣି ରିମାଣ୍ଡରେ ନେବାକୁ ପୋଲିସ ଚାହୁଁଥିଲା। ଏଥିପାଇଁ ଆଜି ଦୁଇ ଭାଇଙ୍କୁ କୋର୍ଟରେ ହାଜର କରାଯିବା ଅବସରରେ ପୋଲିସ୍  ୮ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି। ପୋଲିସ୍‌ର ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

ତୃତୀୟ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ଡି’ବ୍ରଦର୍ସ ସୁଶୀଲ ଓ ସୁଶାନ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହା ପୂର୍ବରୁ ଦୁଇ ଭାଇଙ୍କୁ ପୋଲିସ୍ ପ୍ରଥମ ପର୍ଯ୍ୟାୟରେ ୭ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା।

Advertisment

ପୋଲିସ୍ ତିନି ତିନି ଥର ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିଛି। ଦୀପୁ ଓ ଓମ୍ ହତ୍ୟାକାଣ୍ଡ ସଂପର୍କରେ ଅନେକ ଗୁମର ଖୋଲିଛି। ତା’ସହିତ ସେମାନଙ୍କର ଆହୁରି ୧୧ ଜଣ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଛି।

୨୦୧୪ ନଭେମ୍ବର ୧୨ରେ କଟକ ମାଲଗୋଦାମର ଡାଲି ବ୍ୟବସାୟୀ ଫାରୁକ ତୟବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗତକାଲିଠାରୁ ପୁନଃତଦନ୍ତ ଆରମ୍ଭ ହୋଇଛି। ପୋଲିସ୍ ଡି’ବ୍ରଦର୍ସଙ୍କୁ ଏହି ମାମଲାରେ ବି ପଚରାଉଚରା କରିବ ବୋଲି ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe