Advertisment

ଡି’ ବଦ୍ରର୍ସଙ୍କୁ ପୁଣି ୫ ଦିନ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ୍, ହେବ ପଲିଗ୍ରାଫ୍ ଟେଷ୍ଟ୍

କଟକ/ଭୁବନେଶ୍ୱର: ଗିରଫ ଟେଣ୍ଡର ମାଫିଆ ଧଳସାମନ୍ତ ଭ୍ରାତାଙ୍କ ପଲିଗ୍ରାଫ୍ ଟେଷ୍ଟ୍ ହେବ। ସେମାନେ ନିଜ ଅପରାଧିକ ସାମ୍ରାଜ୍ୟର କେତେ ଗୁମର ଖୋଲିଛନ୍ତି, କେତେ ସତ କହିଛନ୍ତି ଓ ଆଉ କେତେ ତଥ୍ୟ ଲୁଚାଇଛନ୍ତି- ସେ ସବୁ ସଂପର୍କରେ ଜାଣିବା ପାଇଁ ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ୍ କରାଯିବ। ସୋମବାର ଏହି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ। ଆଜି ଧଳସାମନ୍ତ ଭ୍ରାତାଙ୍କୁ କମିଶନରେଟ୍ ପୋଲିସ୍ ଆଉ ୫ ଦିନ ରିମାଣ୍ଡରେ ନେଇଥିବା ବେଳେ ସେ ଏହି ସୂଚନା […]

ଅଦ୍ୟତନ ହୋଇଛି
ଦୀପୁ ଓ ଓମ୍‌ ହତ୍ୟାର ତଦନ୍ତ ଲାଗି ରାଜ୍ୟ ବାହାରକୁ ଗଲା ପୋଲିସ୍

d-brothers

Advertisment

dhalasamantaକଟକ/ଭୁବନେଶ୍ୱର: ଗିରଫ ଟେଣ୍ଡର ମାଫିଆ ଧଳସାମନ୍ତ ଭ୍ରାତାଙ୍କ ପଲିଗ୍ରାଫ୍ ଟେଷ୍ଟ୍ ହେବ। ସେମାନେ ନିଜ ଅପରାଧିକ ସାମ୍ରାଜ୍ୟର କେତେ ଗୁମର ଖୋଲିଛନ୍ତି, କେତେ ସତ କହିଛନ୍ତି ଓ ଆଉ କେତେ ତଥ୍ୟ ଲୁଚାଇଛନ୍ତି- ସେ ସବୁ ସଂପର୍କରେ ଜାଣିବା ପାଇଁ ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ୍ କରାଯିବ। ସୋମବାର ଏହି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ। ଆଜି ଧଳସାମନ୍ତ ଭ୍ରାତାଙ୍କୁ କମିଶନରେଟ୍ ପୋଲିସ୍ ଆଉ ୫ ଦିନ ରିମାଣ୍ଡରେ ନେଇଥିବା ବେଳେ ସେ ଏହି ସୂଚନା ଦେଇଛନ୍ତି।

Advertisment

୭ ଦିନ ରିମାଣ୍ଡ ଅବଧି ସରିବା ପରେ ଆଜି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କମିଶନରେଟ୍ ପୋଲିସ୍ ପକ୍ଷରୁ ଆଉ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଥିଲେ। ଆସନ୍ତା ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ୍ କମିଶନର କହିଛନ୍ତି, ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କ ଆର୍ଥିକ କାରବାର ସମେତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ବିଷୟରେ ଅନେକ ତଥ୍ୟ ମିଳିଛି। ତଦନ୍ତ ବେଳେ ପୋଲିସ୍ ହାତରେ ଲାଗିଥିବା ତଥ୍ୟ ଓ ଧଳସାମନ୍ତ ଭ୍ରାତା ଜେରା ବେଳେ କହିଥିବା କଥାର କ୍ରସ୍‌ଚେକ୍ କରାଯିବ। ସେମାନେ କେତେ ସତ କହିଛନ୍ତି ତା’ର ଅନୁଧ୍ୟାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ସେମାନଙ୍କୁ ଜେରା କରିବା ନେଇ କିଛି ନିର୍ଦ୍ଦିଷ୍ଟ ଯୋଜନା କରାଯାଇଛି। ସେଥି ମଧ୍ୟରେ ପଲିଗ୍ରାଫ୍ ଟେଷ୍ଟ୍ ମଧ୍ୟ ରହିଛି।

Advertisment

ଧଳସାମନ୍ତ ଭ୍ରାତାଙ୍କ ଏହି ୫ ଦିନିକିଆ ରିମାଣ୍ଡ ସମୟରେ କମିଶନରେଟ୍ ପୋଲିସ୍‌ର ଫୋକସ୍‌ରେ ରହିବ ଦୀପୁ ମଲ୍ଲିକ ହତ୍ୟା ରହସ୍ୟ। ୟା ମଧ୍ୟରେ ଏହି ହତ୍ୟାକାଣ୍ଡ ନେଇ ପୋଲିସ୍‌କୁ ଗୁରୁତ୍ୱପୂର୍ଣ୍ଣ ଲିଡ୍ ମିଳି ସାରିଛି। ଆଉ ଦୁଇ ତିନି ଦିନ ଜେରା ପରେ ଦୀପୁ ହତ୍ୟାକାଣ୍ଡର ପୂରା ଘଟଣାକ୍ରମ ସାମ୍ନାକୁ ଆସିଯିବ ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ୍। ସେହିପରି ସିଏମ୍‌ସି ସଫେଇ କାମରେ ଟେଣ୍ଡର ଫିକ୍ସିଂ, ବିଭିନ୍ନ ସ୍ଥାନରେ ଥିବା ଡି’ ବ୍ରଦର୍ସଙ୍କ ବେଆଇନ୍ ବାଲିଘାଟ, ଦାଦାବଟି ଭଳି କାରବାର ସଂପର୍କରେ ବି ଦୁଇ ଭାଇଙ୍କଠାରୁ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ।

ଦୁଇ ଭାଇଙ୍କ ବୟାନ ଆଧାରରେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ଲାଗି ପୋଲିସ୍ ଉଦ୍ୟମ କରୁଛି। ଭାଇଜାଗର ଏକ କମ୍ପାନୀ ସହ ମିଶି ସୁଶାନ୍ତ ବ୍ୟବସାୟ କରୁଥିବା ପୋଲିସ ଜାଣିବାକୁ ପାଇଛି। ସେହିପରି ହାଇଦ୍ରାବାଦର ରାମଜୀ କମ୍ପାନୀ ସହ ଟେଣ୍ଡର ଫିକ୍ସିଂ କରି ଡି’ ବ୍ରଦର୍ସ ବହୁ କାମ ହାତେଇଥିବା ଜେରାବେଳେ ସ୍ପଷ୍ଟ ହୋଇଛି। ଏହି ଟେଣ୍ଡର ଫିକ୍ସିଂରେ ବହୁ ରାଜନେତା ଓ ଅଫିସରଙ୍କ ସମ୍ପୃକ୍ତି ଥିବା ପୋଲିସ୍‌କୁ ପ୍ରମାଣ ମିଳିଛି। ଶୀଘ୍ର ସେମାନଙ୍କୁ ଜେରା କରାଯିବ ବୋଲି କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ଏଥିସହ ସିଡିଏ, ଆଠଗଡ଼, ତ୍ରିଶୁଳିଆ, ବାଙ୍କୀ ଓ କାଳିଘାଟ ଅଞ୍ଚଳରେ ଚାଲିଥିବା ବେଆଇନ ବାଲିଘାଟ ନେଇ ମଧ୍ୟ ଜିଲ୍ଲାପାଳଙ୍କୁ ତଥ୍ୟ ମଗାଯାଇଛି।

ଗତକାଲି ପୋଲିସ ଦୁଇଭାଙ୍କୁ ନେଇ କଟକ ସିଡିଏ-୬ ସ୍ଥିତ ତାଙ୍କ ବାସଭବନରେ ତଦନ୍ତ କରିଛି। ସୁଶୀଲ ମେଟାଫର ଟ୍ରାନ୍ସପୋର୍ଟ ନାଁରେ କେତେକ ସ୍ଥାନରେ ବେଆଇନ ବାଲିଘାଟ ନିଲାମ ନିଆଯାଇଥିବା ପୋଲିସ୍ ଜାଣିବା ପରେ ଜଣେ ସହଯୋଗୀଙ୍କୁ ଆଣି ପଚରାଉଚରା କରୁଥିଲା। ପଚରାଉଚରା ବେଳେ ହଠାତ ସେ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe