Advertisment

ଦେବାଶିଷ, ପ୍ରତାପ ଓ ବିଷ୍ଣୁ ଭୂତ: ଦାମ

ଭୁବନେଶ୍ୱର: ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ପ୍ରଭାତ ବିଶ୍ୱାଳ ଓ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ଆଜି ସେ ଦେବାଶିଷ, ପ୍ରତାପ ଓ ବିଷ୍ଣୁ ଦାସଙ୍କୁ ତିନି ଭୂତ ବୋଲି କହିଛନ୍ତି। ଫଳରେ ଦଳରେ ଥିବା ଅନ୍ତଃକନ୍ଦଳ ତିକ୍ତ ରୂପ ନେଇଛି। ଦାମ କହିଛନ୍ତି,“ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ବଡ଼ କଷ୍ଟ ଲାଗୁଛି। ଦଳର କିଛି ନେତା ହେଉଛନ୍ତି ମୋ ମନ […]

ଅଦ୍ୟତନ ହୋଇଛି
ଦେବାଶିଷ, ପ୍ରତାପ ଓ ବିଷ୍ଣୁ ଭୂତ: ଦାମ

dama

Advertisment

damaଭୁବନେଶ୍ୱର: ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ପ୍ରଭାତ ବିଶ୍ୱାଳ ଓ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ଆଜି ସେ ଦେବାଶିଷ, ପ୍ରତାପ ଓ ବିଷ୍ଣୁ ଦାସଙ୍କୁ ତିନି ଭୂତ ବୋଲି କହିଛନ୍ତି। ଫଳରେ ଦଳରେ ଥିବା ଅନ୍ତଃକନ୍ଦଳ ତିକ୍ତ ରୂପ ନେଇଛି।

Advertisment

ଦାମ କହିଛନ୍ତି,“ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ବଡ଼ କଷ୍ଟ ଲାଗୁଛି। ଦଳର କିଛି ନେତା ହେଉଛନ୍ତି ମୋ ମନ କଷ୍ଟର ପ୍ରମୁଖ କାରଣ।”

ସେ କହିଛନ୍ତି,“ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମୋତେ କଟକ ଦାୟିତ୍ୱ ଦେଇଥିଲେ। ୬ ବର୍ଷ ଧରି ମୁଁ କଟକ ଜିଲ୍ଲା ସଭାପତି ରହିଥିଲି। କଟକରେ ଦଳ ପାଇଁ କାମ କରିଥିଲି। ଦେବାଶିଷ, ପ୍ରତାପ ଜେନା ଓ ପ୍ରଭାତ ବିଶ୍ୱାଳଙ୍କୁ ମୁଁ ରାଜନୀତିକୁ ଆଣିଥିଲି। କିନ୍ତୁ ଏବେ ସେମାନେ କହୁଛନ୍ତି କଟକ ରାଜନୀତିରେ ଦାମ କିଏ? ଏହା ମୋ ଅନ୍ତରାତ୍ମାକୁ ବାଧିବନି?”

Advertisment

କଟକରେ ଦେବାଶିଷ ସାମନ୍ତରାୟ ଧଳସାମନ୍ତ ଭ୍ରାତାଙ୍କୁ ପ୍ରୋଜେକ୍ଟ କରିବା ଓ ପାରାଦୀପ ରାଜନୀତିରେ ମୁଣ୍ଡ ଖେଳାଇବା ନେଇ ଆଜି ଦାମ ପୁଣି ମୁହଁ ଖୋଲିଥିଲେ। ପାରାଦୀପ ରାଜନୀତିରେ ଦେବାଶିଷଙ୍କ ମୁଣ୍ଡ ଖେଳାଇବାକୁ ସେ ଆଉ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି।

ବିଭିନ୍ନ ସ୍ଥଳରେ ଦେବାଶିଷ, ବିଷ୍ଣୁ ଓ ପ୍ରତାପ ଜେନା ତାଙ୍କୁ ଅପମାନିତ କରିଥିବା ମଧ୍ୟ ଦାମ କହିଛନ୍ତି।

ଦାମଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଷ୍ଣୁ ଦାସ କହିଛନ୍ତି,“ଏ ନେଇ ମୁଁ ତାଙ୍କୁ (ଦାମଙ୍କୁ) କିଛି ସାହାଯ୍ୟ କରିପାରିବି ନାହିଁ। ତାଙ୍କୁ ବୋଧେ ଭୂତ ଲାଗି ଯାଇଛି। ସେ ଗୁଣିଆ ପାଖକୁ ଯାଇ ଝଡ଼ାଝୁଡ଼ି କରି ଆସନ୍ତୁ। ତାଙ୍କ ମନରେ ଯଦି କିଛି କଷ୍ଟ ଅଛି ତା’ହେଲେ ଦଳୀୟ ସଭାପତିଙ୍କ ଆଗରେ ବ୍ୟକ୍ତ କରନ୍ତୁ।”

ବିଜେଡି ମୁଖ୍ୟପାତ୍ର ସମୀର ଦାଶ କହିଛନ୍ତି,“ଦାମୋଦର ରାଉତଙ୍କ ମନରେ ଯଦି କିଛି କଷ୍ଟ ଅଛି ତା’ହେଲେ ସେ ଦଳୀୟ ସଭାପତିଙ୍କୁ ଜଣାଇପାରିବେ। ଦଳର ଉପ-ସଭାପତି ହୋଇ ବିଧାୟକଙ୍କ ବିରୋଧରେ କହିବା ଠିକ୍ ନୁହେଁ।”

ସୂଚନାଯୋଗ୍ୟ, କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିଯିବା ପରେ ଦାମୋଦର ରାଉତ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା ଓ ପ୍ରଭାତ ବିଶ୍ୱାଳଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ। କ୍ଷମତାରେ ଥାଇ ଦଳର ଏଭଳି ପରାଜୟ ଦେଖି ତାଙ୍କ ଅନ୍ତର ଦୁଃଖରେ ଛିଣ୍ଡି ଯାଉଛି ବୋଲି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe