ଭୁବନେଶ୍ୱର: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡି’ ପ୍ରସଙ୍ଗରେ ଗତକାଲି ଭିଡିଓ ଜାରି ପରେ ଆଜି ପୁଣି ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, “ମୁଁ ଲୋକ କଥା କହିଥିଲି। କାହାକୁ ବ୍ୟକ୍ତିଗତ ଆକ୍ଷେପ କରିନଥିଲି। ସେଥି ନେଇ ମୁଁ ଦୁଃଖପ୍ରକାଶ କରିଛି। କ୍ଷମା ମଧ୍ୟ ମାଗିଛି। ତା’ ପରେ ଯଦି କିଏ କ’ଣ କହିବ ମୁଁ ଆଉ କଣ କରିବି।”
ସେହିପରି ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦଳରେ ସୃଷ୍ଟି ହେଉଥିବା ଅସନ୍ତୋଷ ପ୍ରସଙ୍ଗରେ ଦାମ କହିଛନ୍ତି,“ଦଳ ଭିତରେ କିଏ ଅସନ୍ତୋଷ ହେଲେ ମୁଁ କ’ଣ କରିବି? ଯେଉଁମାନେ ଦିନରେ ବସନ୍ତ ରାତିରେ ବାସନ୍ତୀ। ତାଙ୍କୁ ଲୋକେ ସମୟ ଆସିଲେ ଜବାବ ଦେବେ।
ସୂଚନାଯୋଗ୍ୟ ଗତକାଲି ଅଙ୍ଗନବାଡ଼ି ପ୍ରସଙ୍ଗରେ ମନ୍ତ୍ରୀ ଦାମ ରାଉତ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଦୁଃଖ ପ୍ରକାଶ କରିଥିଲେ। ଏହାପରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ,“ ଆମେ କ୍ଷମା ପ୍ରାର୍ଥନା ପାଇଁ କହିଥିଲୁ, ଦୁଃଖ ପ୍ରକାଶ ନୁହେଁ। ଦୁଃଖ ପ୍ରକାଶ ଆଳରେ ଦାମ ଧମକାଉଛନ୍ତି। ମୁଖ୍ୟମନ୍ତ୍ରୀ ଆଖିବୁଜି ସବୁ ତାମ୍ସା ଦେଖୁଛନ୍ତି। ଦାମ ଲୋକଙ୍କ ଆଗରେ କିମ୍ୱା ମିଡ଼ିଆ ଆଗରେ ଆସି କ୍ଷମା ମାଗନ୍ତୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us