Advertisment

ରେଙ୍ଗାଲବେଡ଼ା ସେବାଧାମରେ କାନ୍ଥ ଭୁଶୁଡ଼ି ଜଣେ ମୃତ, ୩ ଗୁରୁତର

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ରେଙ୍ଗାଲବେଡ଼ା ସେବାଧାମରେ ଆଜି ସକାଳେ କାନ୍ଥ ଭୁଶୁଡ଼ି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ କାଜଲ ମାହାର (୧୦)। ସେ ସେବାଧାମରେ କାମ କରୁଥିବା ମହିଳାଙ୍କ ଝିଅ। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୨ଜଣ ପୁଅ ଓ ଜଣେ ଝିଅ ଅଛନ୍ତି।

ଆଜି ସକାଳେ ପିଲାମାନେ ଖେଳୁଥିବା ବେଳେ ସେବାଧାମର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଆଜବେଷ୍ଟ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରେଙ୍ଗାଲବେଡ଼ା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

author-image
Ordigital Desk