/odisha-reporter/media/post_attachments/uploads/2018/01/Suji-Pitha-copy.jpg)
Suji-Pitha
ଆବଶ୍ୟକ ସାମଗ୍ରୀ: ସୁଜି, ଚିନି, ଲୁଣ, ଗୁଜରାତି ଗୁଣ୍ଡ, ତେଲ, କଖାରୁ କୋରା ଓ ନଡ଼ିଆ କୋରା, ଚିନି ବା ଗୁଡ଼ ଓ ଛେନାକୁ ନେଇ ପ୍ରସ୍ତୁତ ପୁର।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ କଡ଼େଇ ବସାନ୍ତୁ। ସେଥିରେ ପାଣି ଦିଅନ୍ତୁ। ପାଣି ଗରମ ହେବା ପରେ ସେଥିରେ କୋରା ହୋଇଥିବା କଖାରୁ , ସ୍ୱାଦ ଅନୁସାରେ ଲୁଣ ଦେଇ ସିଝାନ୍ତୁ। କଖାରୁ ସିଝି ଗଲା ପରେ ସେଥିରେ ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଚିନି ପକାନ୍ତୁ। ତା’ ପରେ ସେଥିରେ ସୁଜି ପକାଇ ଜନ୍ତନ୍ତୁ। ଜନ୍ତଣି ପ୍ରସ୍ତୁତ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢି ଦେଇ ପୂର ସେଥିରେ ଦେଇ କାକରା ପିଠା ପରି ଗଢନ୍ତୁ।
ତା’ ପରେ ଅନ୍ୟ ଏକ ଚୁଲାରେ କଡ଼େଇ ବସାଇ ସେଥିରେ ତେଲ ଦେଇ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ କାକରା ପକାଇ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା କଖାରୁ କାକରା ପିଠା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
