ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ପୁରୀ: ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ବାରଣ କରାଯାଇଥିବା ବେଳେ ପହଣ୍ଡି ବେଳେ ଶ୍ରୀ ବଳଭଦ୍ରଙ୍କୁ ଭକ୍ତ ଛୁଇଁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମ ଚନ୍ଦ୍ର ଦାସ ମହାପାତ୍ର। କୀର୍ତ୍ତନ ଚକଡ଼ାରେ ବିଶୃଙ୍ଖଳା ହୋଇଥିବା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି।

ରାମ ଚନ୍ଦ୍ରଙ୍କ ଏହି ଅଭିଯୋଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଶ୍ରୀ ବଳଭଦ୍ରଙ୍କୁ କେହି ଭକ୍ତ ଛୁଇଁ ନାହାନ୍ତି। କିଛି ବିଶୃଙ୍ଖଳା ହୋଇ ନାହିଁ।

[video width="720" height="576" mp4="]

ଅନ୍ୟପକ୍ଷରେ ସ୍ପର୍ଶ ନିଷେଧକୁ ନେଇ ଗଜପତି ମହାରାଜଙ୍କୁ ଦଇତାପତି ଚ୍ୟାଲେଞ୍ଜ କରିଛନ୍ତି। ଶ୍ରୀଜିଉଙ୍କୁ ଭକ୍ତଙ୍କର ଛୁଇଁବା ଅଧିକାର ରହିଛି ବୋଲି ଦୁଇ ଦଇତାପତି ଜଗନ୍ନାଥ ସ୍ୱାଇଁ ଓ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି।

ଜଗନ୍ନାଥ ସ୍ୱାଇଁ ମହାପ୍ରଭୁ କୁଣ୍ଢାକୁଣ୍ଢି ଠାକୁର କହିଥିବା ବେଳେ ଶ୍ରୀଜିଉଙ୍କୁ ସ୍ପର୍ଶ ନିଷେଧ ନେଇ ହାଇକୋର୍ଟ ଯିବୁ ବୋଲି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।