Advertisment

ଢେଙ୍କାନାଳରେ ଭାଗଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଆଖୁପାଳ ଗାଁରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ  ପ୍ରଫୁଲ୍ଲ ସିଂ (୫୦) ବର୍ଷ। ଗତକାଲି ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଫସଲହାନି ଓ ଋଣ ଭାର ଯୋଗୁଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେ ୨ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଢେଙ୍କାନାଳରେ ଭାଗଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

dhankanal

dhankanalଢେଙ୍କାନାଳ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଆଖୁପାଳ ଗାଁରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ  ପ୍ରଫୁଲ୍ଲ ସିଂ (୫୦) ବର୍ଷ। ଗତକାଲି ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଜି ମୃତ୍ୟୁ ଘଟିଛି।

Advertisment

ଫସଲହାନି ଓ ଋଣ ଭାର ଯୋଗୁଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେ ୨ ଏକର ଜମିରେ ଧାନ ଚାଷ କରିଥିଲେ। ସ୍ୱଳ୍ପ ବୃଷ୍ଟିପାତ  ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଠିକ୍ ହୋଇ ନ ଥିଲା। ଧାନ ମଣ୍ଡିରେ ଧାନ କିଣିବାର ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ସେ ଅଭାବି ବିକ୍ରି କରିଥିଲେ। ସେ କରିଥିବା ଋଣ କିପରି ସୁଝିବେ ସେଥିପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ। ଏହି କାରଣରୁ ପ୍ରଫୁଲ୍ଲ ଆତ୍ମହତ୍ୟା କରିଥିବା ପୋଲିସ୍ ନିକଟରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି।

ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କଙ୍କଡାହାଡ ବ୍ଲକ କାର୍ଯ୍ୟାଳୟ ଆଗରେ ମୃତ ଚାଷୀଙ୍କ ଶବକୁ ରଖି ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ କଙ୍କଡାହାଡ ଥାନା ଅଧିକାରୀ ଓ  ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ଘଟଣାର ତଦନ୍ତ କରାଯିବ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

Advertisment

କଙ୍କଡାହାଡ଼ ତହସିଲଦାର ବିଜୟଲକ୍ଷ୍ମୀ ଜେନା କହିଛନ୍ତି,“ପ୍ରଫୁଲ୍ଲ ସିଂ ଋଣବୋଝ ସହି ନ ପାରି ଆତ୍ମହତ୍ୟା କରିଥିବା ହୋଇଥିବା ଆମେ ଖବର ପାଇଥିଲୁ । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନି।  ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ  ଶବକୁ  ରାସ୍ତା ଉପରେ ରଖି  ସ୍ଥାନୀୟଲୋକ ରାସ୍ତାରୋକ କରିଥିଲେ।  ଲୋକଙ୍କୁ  ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।  ଘଟଣାର ତଦନ୍ତ କରାଯିବ, ତାହା ପରେ ଏହାର ସତ୍ୟତା ଜଣାପଡ଼ିବ।”

କଙ୍କଡ଼ାହାଡ଼ ଥାନା ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା କହିଛନ୍ତି, “ପ୍ରଫୁଲ୍ଲ ଋଣଭାର ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକ ଆଜି ୧୦ଟାବେଳେ  ଥାନାରେ ରିପୋର୍ଟ ଦେଇଥିଲେ।  ଆମେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛୁ। ଘଟଣାର  ତଦନ୍ତ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।”

କାରଗୁଲ ପଞ୍ଚାୟତ ସରପଞ୍ଚ ଆଶୁତୋଷ ପଣ୍ଡା କହିଛନ୍ତି, “୨ ବର୍ଷ ହେଲା  ଖରାଦିନରେ କେନାଲରେ ପାଣି ରହୁନାହିଁ।  ଗରିବ ଲୋକ ଧାନ ଚାଷ କରିବାକୁ ବହୁତ ହଇରାଣ ହେଉଛନ୍ତି। କିଛି ଲୋକ  ଏଥର  ଧାନ ଚାଷ କରିଥିଲେ।  ଫସଲହାନୀ ଓ  ଋଣ ବୋଝ ସହି ନ ପାରି ପ୍ରଫୁଲ୍ଲ ଆତ୍ମହତ୍ୟା କରିଛି। ପ୍ରଫୁଲ୍ଲ ଜଣେ ଗରିବ ଲୋକ।  ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ମିଳିବା ନିହାତି ଆବଶ୍ୟକ। ପ୍ରଫୁଲ୍ଲଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟଲୋକ ରାସ୍ତାରୋକ କରିଥିଲେ।”