Advertisment

୨୦୧୯ରେ ବିହାର ଛାଡ଼ିବେ ଧର୍ମେନ୍ଦ୍ର: ଓଡ଼ିଶାରେ ଦେବେ ପଲିଟିକାଲ୍ ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକୃତରେ ବିହାରରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ସେଠାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ଓଡ଼ିଶା ରାଜନୀତିରେ ସେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଆଜି ଏହା ଉପରୁ ସସ୍‌ପେପ୍ସ ହଟାଇଛନ୍ତି ନିଜେ ଧର୍ମେନ୍ଦ୍ର। ଘୋଷଣା କରିଛନ୍ତି, ୨୦୧୯ରେ ସେ ବିହାର ଛାଡି ଓଡ଼ିଶା ରାଜନୀତିରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବେ।

ଆଜି ଭୁବନେଶ୍ୱରରେ ଦି’ ନିୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ ଗ୍ରୁପ୍‌ ପକ୍ଷରୁ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ ହୋଇଥିଲା। ଏଥିରେ ଧର୍ମେନ୍ଦ୍ର ଯୋଗଦେଇ କହିଥିଲେ- “ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ରଖିଛି। ୨୦୧୯ରେ ଓଡ଼ିଶାରୁ ନିର୍ବାଚନ ଲଢ଼ିବି। ତେବେ ଲୋକସଭା ନା ବିଧାନସଭା ନିର୍ବାଚନ ପାଇଁ ଲଢ଼ିବି ଦଳ ସ୍ଥିର କରିବ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମ୍ପର୍କକୁ ନେଇ ସେ କହିଛନ୍ତି- “ବ୍ୟକ୍ତିଗତ ସମ୍ପର୍କ କାହା ସହିତ ଖରାପ ନାହିଁ। ମାତ୍ର ଆମର ନୀତି ଓ ମତ ଅଲଗା। ଓଡ଼ିଶାର ଲୋକେ ଏକ ବଡ଼ ପରିବର୍ତ୍ତନ ପାଇଁ ମନ ବଳାଇଲେଣି। ଓଡ଼ିଶାରେ ଏବେ ଭ୍ରଷ୍ଟ, ସ୍ଥାଣୁ ସରକାର ଚାଲିଛି। ଯୁବପିଢ଼ିଙ୍କୁ ପ୍ରତିହତ କଲା ପରି ଏକ ଶାସନ ବ୍ୟବସ୍ଥା ଏଠାରେ ଚାଲିଛି।”

ଗତ କିଛି ଦିନ ଧରି ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ପ୍ରତ୍ୟକ୍ଷ ଭାବେ ପୁଣି ଥରେ ଓଡ଼ିଶାରେ ଭୋଟ ପଲିଟିକ୍ସକୁ ଫେରିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଯାହା ଆଜିର ଧର୍ମେନ୍ଦ୍ରଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି। ଏବେ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭା ସାଂସଦ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe