ବିଜେପୁର ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱର ପଦଧ୍ୱନୀ: ଜିଲ୍ଲା ସଭାପତି କହିଲେ ମୋତେ ଅବ୍ୟାହତି ଦିଅ

ବରଗଡ଼: ବିଜେପିରେ ସୃଷ୍ଟି ହୋଇଛି ବିଦ୍ରୋହ। ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିରୋଧ କରି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ନିଜ ପଦରୁ ଅବ୍ୟାହତି ଦେବା ଲାଗି ଅନୁରୋଧ କରିଛନ୍ତି। ଏ ସଂପର୍କରେ ସେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସହିତ ଫୋନରେ କଥା ହୋଇଥିବା ଜଣାପଡିଛି।

ନାରାୟଣ କହିଛନ୍ତି- “ମୁଁ ଦଳରୁ ଇସ୍ତଫା ଦେଇ ନାହିଁ। ଦଳରେ ରହି କାମ କରିବି। ସଭାପତି ପଦରୁ ମୋତେ ମୁକ୍ତ କରିବାକୁ ମୁଁ ଅନୁରୋଧ କରିଛି। ଦଳ ପକ୍ଷରୁ ଏହା ଗ୍ରହଣ କରାଯାଇନାହିଁ। ଲିଖିତ ଆକାରରେ ମୁଁ ଜଣାଇ ନାହିଁ। ମୁଁ ଅସୁସ୍ଥ ଥିବାରୁ ବିଜେପିର ମିଶ୍ରଣ ପର୍ବକୁ ଆସି ପାରି ନଥିଲି। ଦଳ ଠିକ୍ ନିଷ୍ପତ୍ତି ନେବ ବୋଲି ମୋର ଆଶା ଅଛି।”

ସେ ଆହୁରି କହିଛନ୍ତି ଯେ, ମୁଁ ଚାହୁଁଛି ଯେଉଁମାନେ ପୁରୁଣା କାର୍ଯ୍ୟକର୍ତ୍ତା ଅଛନ୍ତି ସେମାନେ ଦଳ ଭିତରେ ରହିଲେ, ଆମେ ଜିତିବା ସହଜ ହେବ।

ବିଜେଡି ପରେ ବିଜେପିରେ ବିଦ୍ରୋହ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦଳର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି- “ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ମୁଁ ୨୫ ବର୍ଷ ହେଲା ଜାଣିଛି। ସେ ସମର୍ପିତ ଓ ଶୃଙ୍ଖଳିତ ସଦସ୍ୟ। ବିଜେପୁର ପାଇଁ ସେ ଯୋଗ୍ୟ ପ୍ରାର୍ଥୀ। ବିଜେପୁରରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଆଶା ଥାଇପାରେ। ବିଜେପୁର ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନାହିଁ।”

ଗତକାଲି ବିଜେପୁରରେ ହୋଇଥିବା ବିଜେପିର ମିଶ୍ରଣ ପର୍ବକୁ ନାରାୟଣ ଆସି ନଥିଲେ।  ଏହା ପରେ ଚର୍ଚ୍ଚା ହୋଇଥିଲା ଯେ, ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏପରି ଚର୍ଚ୍ଚା ଭିତ୍ତିହୀନ ବୋଲି ନାରାୟଣ କହିଛନ୍ତି।

Ordigital Desk
• Published: Tuesday, 03 October 2017
• Updated: 03 October 2017, 07:09 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos