Advertisment

ଏମିତି ଦୀପାବଳି ପାଳିଲେ ଅଭିନେତ୍ରୀ ବର୍ଷା ଓ ଏଲିନା

ଯାଜପୁର : ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ହରିଦାସପୁର ଗାଁଲୋକଙ୍କ ସହ ସେମାନେ ଦୀପାବଳି ମନାଇଛନ୍ତି। ଘର ଘର ବୁଲିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସେମାନେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ବାଣ ଫୁଟାଇ ନୁହେଁ ଭାଇଚାରା ଭିତରେ ଏହି ପର୍ବ ପାଳନ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏଥିସହ ରସୁଲପୁର ବ୍ଲକ କୋଳଥଳ ଗାଁରେ ବର୍ଷା ଓ ଏଲିନା ବୃକ୍ଷରୋପଣ କରିଥିଲେ।  ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

author-image
Ordigital Desk