Advertisment

ଗୋଟେ ପଟେ ପାଣି ହିଁ ପାଣି, ଆର ପଟେ ଜମିରେ ଚରୁଛନ୍ତି ଗୋରୁ: ବୌଦ୍ଧରେ ମରୁଡି ସ୍ଥିତି ଗମ୍ଭୀର

ବୌଦ୍ଧ: ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ୮ଟି ଜିଲ୍ଲାର ୨୫ଟି ବ୍ଲକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ବୌଦ୍ଧ ଜିଲ୍ଲାର ଚାଷୀଙ୍କ ଉପରେ ପଡ଼ିନି ଇନ୍ଦ୍ରଦେବଙ୍କ କୃପା ଦୃଷ୍ଟି। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବର୍ଷା ଯୋଗୁଁ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ମରୁଡି ପରିସ୍ଥିତି ସଙ୍ଗୀନ। ମରୁଡି ମାଡରେ ଏବେ ଚାଷୀ ନିଜ ଭାଗ୍ୟକୁ ଆଦରି ବିଲରେ ଗାଈଗୋରୁ ଛାଡି ଦେଇଛନ୍ତି।

ବର୍ଷାଭାବରୁ ଚାଷ ଜମି ପଡିଆ ପଡିଛି। ଯେଉଁ କ୍ଷେତରେ ଏବେ ଧାନଗଛ ଲହଡା ମାରିବା କଥା, ସେଠିରେ ଗାଈଗୋରୁ, ଛେଳିମେଣ୍ଢା ଚରୁଛନ୍ତି। ଏ ଦୃଶ୍ୟ ଦେଖିବାକୁ ମିଳୁଛି ବୌଦ୍ଧ ଜିଲ୍ଲା ଶୁଣ୍ଢିପଦର ପଞ୍ଚାୟତ ଗୋପାଳପୁର ଗାଁରେ। ମରୁଡି ମାଡରେ ଏହି ପଞ୍ଚାୟତ ସହ ଆହୁରି ୬ଟି ବ୍ଲକ୍‌ରେ ସମାନ ସ୍ଥିତି। ଜଳାଭାବରୁ ରୁଆ ବେଉଷଣ ହୋଇପାରୁ ନଥିବାରୁ ଆଗକୁ କେମିତି ପରିବାର ଚଳାଇବେ ସେ ଚିନ୍ତାରେ ଚାଷୀ ଘାରି ହେଉଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ କେନଲ ସୁବିଧା ରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଥିରେ ପାଣି ଆସୁନାହିଁ। ଏବେ ସରକାର ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଚାଷୀ ଅନାଇ ବସିଛନ୍ତି।

ମରୁଡିକୁ ନେଇ କ’ଣ କହୁଛନ୍ତି ଚାଷୀ ଓ ତହସିଲଦାର, ଦେଖନ୍ତୁ ଏହି ଭିଡିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe