Advertisment

ଉଜାଡ଼ି ଦେଲା ସ୍ୱଳ୍ପବୃଷ୍ଟି: ଜମିରେ ଚରୁଛନ୍ତି ଗୋରୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷ ମରିବାକୁ ବସିଲାଣି। କେତେକ ସ୍ଥାନରେ ଚାଷ ଜମିରେ ଗୋରୁ ଛାଡ଼ି ଦେଲେଣି। ହେଲେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମରୁଡ଼ି ଘୋଷଣା କରିନାହାନ୍ତି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନ୍ୟପକ୍ଷରେ ଫସଲ ବୀମା ମଧ୍ୟ ମିଳିପାରୁ ନାହିଁ।

ନୂଆପଡ଼ା ଜିଲ୍ଲା ଖଡ଼ଇାଳ ବ୍ଲକ ଲଛିପୁର ଗାଁର ଫଗ୍‌ନୁ ମାଝୀ। ୬ ପ୍ରାଣୀ କୁଟୁମ୍ୱ ଉପରେ ଏବେ ବଜ୍ର ପଡ଼ିଯାଇଛି। ଫଗନୁ ୪ ବର୍ଷ ହେଲା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଘରେ ବିଧବା ଝିଅ ରହିଛି। ଏତେ ଚିନ୍ତା ଭିତରେ ମଧ୍ୟ ସେ ନିଜର ଦୁଇ ଏକର ଓ ୧୨ ଏକର ଭାଗ ଜମିରେ ଚାଷ କରି ପରିବାର ଚଳାଇ ନେଉଥିଲେ। ମାତ୍ର ଗତ କିଛି ବର୍ଷ ହେବ ବାରମ୍ୱାର ମରୁଡ଼ି ହେଉଥିବାରୁ ବାଧ୍ୟ ହୋଇ ଭାଗ ଚାଷ ବନ୍ଦ କରିଦେଲେ। ଦୁର୍ଭାଗ୍ୟ ଏମିତି ହେଲା ଯେ ଚଳିତ ବର୍ଷ ଫଗ୍‌ନୁ ନିଜର ଦୁଇ ଏକ ଚାଷ ଜମିରେ ତଳି ରୁଇ ପାରିଲେ ନାହିଁ। ବାଧ୍ୟ ହୋଇ ଗୋରୁ ଛାଡ଼ିଦେଲେ। ଏବେ ପରିବାର ଓ ରୋଗ ଚିନ୍ତାରେ ପଡ଼ିଯାଇଛନ୍ତି ଫଗ୍‌ନୁ। ସେପଟେ ବୋଝ ଉପରେ ନଳିତା ବିଡ଼ା ପରି ଫଗ୍‌ନୁ ଉପରେ ଚାଷ ପାଇଁ ଋଣ କରିଥିବା ୫୦ ଟଙ୍କାର ବୋଝ। ଏହି ଜିଲ୍ଲାରେ କେବଳ ଫଗ୍‌ନୁ ନୁହଁନ୍ତି ଅନେକ ଲୋକ ଏମିତି ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।

ବର୍ଷା ଅଭାବରୁ ଅନୁଗୁଳ ଜିଲ୍ଲା ପାଲଲହଡାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଶହ ଶହ ଚାଷୀ ଏବେ ହତାଶ ହୋଇପଡ଼ିଛନ୍ତି। ଆଗକୁ ବର୍ଷା ହେଲେ ମଧ୍ୟ ଚାଷ ହେବା ସମ୍ଭାବନା କମ୍। ତେଣୁ ଚାଷ ଜମିରେ ଗୋରୁ ଛାଡ଼ି ଦେବା ସହ ଏବେ ସରକାରୀ ସହୟତା ଅପେକ୍ଷାକୁ ଚାହିଁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe