Advertisment

ନିର୍ବାଚନ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

ମାଲକାନଗିରି/ଲମତାପୁଟ: ମଲକାନଗିରିରେ ନିର୍ବାଚନ ବର୍ଜନ କରିବାକୁ ମାଓବାଦୀମାନେ ପୁଣି ଆହ୍ୱାନ ଦେଇଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସମ୍ପାଦକ ରୁକଧରଙ୍କ ନାଁରେ ଏକ ଚିଠି ଗଣମାଧ୍ୟମ ପାଖକୁ ଆସିଛି। ଏଥରେ ମାଓବାଦୀମାନେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ନିର୍ବାଚନ ବର୍ଜନ ପାଇଁ ଧମକ ଦେଇଛନ୍ତି। ମାଓବାଦୀ ସଂଗଠନ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଚ୍ଛିନ୍ନାଞ୍ଚଳରେ ଲୋକଙ୍କର ବହୁତ ସମସ୍ୟା ରହିଛି। ଆଜିଯାଏଁ ଏଥିରେ କୌଣସି ସୁଧାର ଆସିନାହିଁ। ତେଣୁ ନିର୍ବାଚନ ବର୍ଜନ କରାଯାଉ। ସେହିପରି ଲମତାପୁଟର ଦୁଇଟି […]

author-image
Rakesh Mallick
ଅଦ୍ୟତନ ହୋଇଛି
ନିର୍ବାଚନ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

Malkangiri

ମାଲକାନଗିରି/ଲମତାପୁଟ: ମଲକାନଗିରିରେ ନିର୍ବାଚନ ବର୍ଜନ କରିବାକୁ ମାଓବାଦୀମାନେ ପୁଣି ଆହ୍ୱାନ ଦେଇଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସମ୍ପାଦକ ରୁକଧରଙ୍କ ନାଁରେ ଏକ ଚିଠି ଗଣମାଧ୍ୟମ ପାଖକୁ ଆସିଛି। ଏଥରେ ମାଓବାଦୀମାନେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ନିର୍ବାଚନ ବର୍ଜନ ପାଇଁ ଧମକ ଦେଇଛନ୍ତି।

Advertisment

ମାଓବାଦୀ ସଂଗଠନ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଚ୍ଛିନ୍ନାଞ୍ଚଳରେ ଲୋକଙ୍କର ବହୁତ ସମସ୍ୟା ରହିଛି। ଆଜିଯାଏଁ ଏଥିରେ କୌଣସି ସୁଧାର ଆସିନାହିଁ। ତେଣୁ ନିର୍ବାଚନ ବର୍ଜନ କରାଯାଉ।

ସେହିପରି ଲମତାପୁଟର ଦୁଇଟି ସ୍ଥାନରେ ଆଜି ମାଓ ପୋଷ୍ଟ ଦେଖିବାକୁ ମିଳିଛି। ଲମତାପୁଟ-ମାଛକୁଣ୍ଡ ରାସ୍ତାର କୁଜା ଅମ୍ବା ଛକ ଓ ଅନକାଡେଲି ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଏହି ପୋଷ୍ଟରରେ ନିର୍ବାଚନ ବର୍ଜନ କରିବାକୁ କୁହାଯାଇଛି। ନିର୍ବାଚନ ବର୍ଜନ ନ କଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଏଥିରେ ଧମକ ଦିଆଯାଇଛି।

Advertisment

ପୂର୍ବରୁ ମଧ୍ୟ ବିଭିନ୍ନ ମାଓବାଦୀ ସଂଗଠନ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଛନ୍ତି।