Advertisment

ବିଚ୍ଛିନ୍ନାଞ୍ଚଳରେ ନିର୍ବାଚନ ହେବ କି ନାହିଁ ପ୍ରାର୍ଥିପତ୍ର ଦାଖଲ ପରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ସେ ସଂପର୍କରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ନିଷ୍ପତ୍ତି ନିଆଯିବ । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ନାମାଙ୍କନପତ୍ର ଦାଖଲ ସରିବା ପରେ ପରିସ୍ଥିତି ସମୀକ୍ଷା କରି ଏସଂପର୍କରେ  ନିଷ୍ପତ୍ତି ନିଆଯିବ। ନାମାଙ୍କନ ପତ୍ର ଦାଖଲ ଲାଗି ଆଉ ଦୁଇ ଦିନ ସମୟ ଅଛି। ଦୁଇ ଦିନ ପରେ […]

ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ: ୩୬,୭୭୯ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ

election

Advertisment

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ସେ ସଂପର୍କରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ନିଷ୍ପତ୍ତି ନିଆଯିବ । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି,“ନାମାଙ୍କନପତ୍ର ଦାଖଲ ସରିବା ପରେ ପରିସ୍ଥିତି ସମୀକ୍ଷା କରି ଏସଂପର୍କରେ  ନିଷ୍ପତ୍ତି ନିଆଯିବ। ନାମାଙ୍କନ ପତ୍ର ଦାଖଲ ଲାଗି ଆଉ ଦୁଇ ଦିନ ସମୟ ଅଛି। ଦୁଇ ଦିନ ପରେ ନିର୍ବାଚନ କମିଶନ ସ୍ଥିତିର ସମୀକ୍ଷା କରିବେ।”

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି,“ଯଦି ରାଜ୍ୟର କୌଣସି ସ୍ଥାନରେ ଆଦୌ ନାମାଙ୍କନପତ୍ର ଦାଖଲ ହୋଇ ନ ଥାଏ ତା’ହେଲେ ଆମେ ଆଉ ଗୋଟେ ତାରିଖ ଘୋଷଣା କରିବୁ। ଏଇଟା କେବଳ ମାଓପ୍ରବଣ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ନୁହେଁ। ରାଜ୍ୟର ଯେକୌଣସି ସ୍ଥାନ ପାଇଁ ଏହା ଲାଗୁ ହୋଇଥାଏ। ଏହାର ବିଭିନ୍ନ କାରଣ ରହିଛି। କିଛି ଜାଗାରେ ଆଦୌ ନାମାଙ୍କନପତ୍ର ଦାଖଲ ହୋଇ ନ ଥାଏ। ଆଉ କିଛି ସ୍ଥାନରେ ସମସ୍ତ ନାମାଙ୍କନପତ୍ର ଖାରଜ ହୋଇଯାଇଥାଏ ଅବା ପ୍ରତ୍ୟାହୃତ ହୋଇଯାଇଥାଏ। ଏଭଳି ସ୍ଥିତିରେ ଆଉ ଥରେ ନାମାଙ୍କନପତ୍ର ଦାଖଲ ପାଇଁ ତାରିଖ ଘୋଷଣା କରାଯାଏ। ଏଣୁ ୨୨ ତାରିଖ ଦିନ ଆମେ ନାମାଙ୍କନପତ୍ର ଦାଖଲ ନେଇ ଆଉ ଏକ କାର୍ଯ୍ୟସୂଚୀ ଘୋଷଣା କରିବୁ।”

Advertisment

ସେ ଆହୁରି କହିଛନ୍ତି,’“ବିଚ୍ଛିନ୍ନାଞ୍ଚଳର ସ୍ଥିତି ନେଇ ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପିଙ୍କ ରିପୋର୍ଟ ମିଳିଛି। ରାଜ୍ୟ ନିର୍ବାଚନ କମିଶନ ଏହାକୁ ତର୍ଜମା କରୁଛନ୍ତି  ଓ ତୀକ୍ଷ୍ଣ ନଜର ରଖିଛନ୍ତି। ନାମାଙ୍କନ ପ୍ରକ୍ରିୟା  ସରିବା ପରେ ନିଷ୍ପତ୍ତି ନିଆଯିବ।”

ମାଓବାଦୀମାନେ  ୫ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିବା ପରେ ଉକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଅନ୍ୟପକ୍ଷରେ ମାଓ ଧମକ ସ୍ୱତ୍ତେ ବିଚ୍ଛିନ୍ନାଞ୍ଚଳରେ  ସମସ୍ତ ରାଜନୈତିକ ଦଳ ପ୍ରଚାର କରିବେ ବୋଲି କହିଛନ୍ତି। ବିଜେଡି  ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ନେଇ ଲୋକଙ୍କ ପାଖକୁ ଯିବ ଏବଂ ସମସ୍ତ ଅଞ୍ଚଳରେ ପ୍ରଚାର କରିବ। ସେହିପରି କେନ୍ଦ୍ର ସରକାରଙ୍କ ସଫଳତା ନେଇ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଥିବା ବେଳେ କଂଗ୍ରେସ କେନ୍ଦ୍ର ବିରୋଧରେ ପ୍ରଚାର କରିବ ବୋଲି କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe