Advertisment

ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତି ପାଇଲେ ୩୪ ଜେନେରାଲ ଅବଜର୍ଭର

ଭୁବନେଶ୍ୱର: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ପ୍ରାର୍ଥିପତ୍ର ଦାଖଲର ସମୟ ସୀମା ସରିବା ପରେ ଭୋଟ୍‌ ପାଇଁ ନିର୍ବାଚନ କମିଶନରଙ୍କ ପ୍ରସ୍ତୁତି ଆମ୍ଭର ହୋଇଯାଇଛି। କମିଶନରଙ୍କ ପକ୍ଷରୁ ନିର୍ବାଚନ ପରିଚଳନା ପାଇଁ ୩୪ ଜଣ ଜେନେରାଲ ଅବଜର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବାକୁ ୩୨ ଜଣ ଏକ୍ସପେଣ୍ଡିଚର ଅବଜର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି। ଜେନେରାଲ ଅବଜର୍ଭରମାନେ ଆସନ୍ତାକାଲିଠାରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବାକୁ ଥିବା ବେଳେ ଆସନ୍ତା ୨୨ ତାରିଖରୁ […]

ଅଦ୍ୟତନ ହୋଇଛି
ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତି ପାଇଲେ ୩୪ ଜେନେରାଲ ଅବଜର୍ଭର

election1

Advertisment

ଭୁବନେଶ୍ୱର: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ପ୍ରାର୍ଥିପତ୍ର ଦାଖଲର ସମୟ ସୀମା ସରିବା ପରେ ଭୋଟ୍‌ ପାଇଁ ନିର୍ବାଚନ କମିଶନରଙ୍କ ପ୍ରସ୍ତୁତି ଆମ୍ଭର ହୋଇଯାଇଛି। କମିଶନରଙ୍କ ପକ୍ଷରୁ ନିର୍ବାଚନ ପରିଚଳନା ପାଇଁ ୩୪ ଜଣ ଜେନେରାଲ ଅବଜର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି।

Advertisment

ସେହିପରି ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବାକୁ ୩୨ ଜଣ ଏକ୍ସପେଣ୍ଡିଚର ଅବଜର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି। ଜେନେରାଲ ଅବଜର୍ଭରମାନେ ଆସନ୍ତାକାଲିଠାରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବାକୁ ଥିବା ବେଳେ ଆସନ୍ତା ୨୨ ତାରିଖରୁ ଏକ୍ସପେଣ୍ଡିଚର ଅବଜର୍ଭରମାନେ ଜିଲ୍ଲା ଗୁଡିକୁ ଯିବେ।

ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି,“ଆମେ ୩୪ ଜଣ ଜେନେରାଲ ଅବଜର୍ଭର ଦେଇଛୁ। ସବୁ ଜିଲ୍ଲା ପାଇଁ ଜଣେ ଜଣେ ଦାୟିତ୍ୱରେ ଅଛନ୍ତି। ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ଦୁଇଜଣ ଲେଖାଏଁ ନିଯୁକ୍ତି ପାଇଛନ୍ତି। ୧୮ ତାରିଖଠାରୁ ସେମାନେ ଜିଲ୍ଲାରେ ଉପସ୍ଥିତ ରହିବେ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe