Advertisment

ଦାମିକିଆ ଦାରୁ: ଗୋଟେ ବୋତଲର ଦାମ୍ ୭୫ କିଲୋ ସୁନାର ମୂଲ୍ୟ ସହ ସମାନ

ନିଶାଦ୍ରବ୍ୟ ସେବନ ଶରୀର ପାଇଁ ହାନୀକାରକ ଜାଣି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ମଦ ପଛରେ ଧୂମ୍ ପଇସା ଉଡାନ୍ତି । ଏମିତି ଅନେକ ଦାମୀ ମଦ ରହିଛି ଯାହାର ଦାମ୍ ଜାଣିଲେ ହୋସ୍ ଉଡିଯିବ। ମଦର କିଛି ଏମିତିକା ବ୍ରାଣ୍ଡ ଅଛି ଯାହାକୁ ଭାରତୀୟ ଟଙ୍କାରେ ହିସାବ କେଲେ ଗୋଟିଏ ବୋତଲର ମୂଲ୍ୟ ପାଖାପାଖି ୭୫ କେଜି ସୁନା ସହ ସମାନ ହବେ। ସେମିତି କିଛି ଦାମୀ ମଦ ବ୍ରାଣ୍ଡ ସମ୍ପର୍କରେ ଆସନ୍ତୁ ଜାଣିବା। […]

author-image
Ordigital Desk
ଅଦ୍ୟତନ ହୋଇଛି
ଦାମିକିଆ ଦାରୁ: ଗୋଟେ ବୋତଲର ଦାମ୍ ୭୫ କିଲୋ ସୁନାର ମୂଲ୍ୟ ସହ ସମାନ

mada

ନିଶାଦ୍ରବ୍ୟ ସେବନ ଶରୀର ପାଇଁ ହାନୀକାରକ ଜାଣି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ମଦ ପଛରେ ଧୂମ୍ ପଇସା ଉଡାନ୍ତି । ଏମିତି ଅନେକ ଦାମୀ ମଦ ରହିଛି ଯାହାର ଦାମ୍ ଜାଣିଲେ ହୋସ୍ ଉଡିଯିବ। ମଦର କିଛି ଏମିତିକା ବ୍ରାଣ୍ଡ ଅଛି ଯାହାକୁ ଭାରତୀୟ ଟଙ୍କାରେ ହିସାବ କେଲେ ଗୋଟିଏ ବୋତଲର ମୂଲ୍ୟ ପାଖାପାଖି ୭୫ କେଜି ସୁନା ସହ ସମାନ ହବେ। ସେମିତି କିଛି ଦାମୀ ମଦ ବ୍ରାଣ୍ଡ ସମ୍ପର୍କରେ ଆସନ୍ତୁ ଜାଣିବା।

Advertisment

publive-image

ବିଲିଓନାରୀ ଭୋଡକା: ବିଲିଓନାରୀ ଭୋଡକା ଦୁନିଆର ସବୁଠୁ ଦାମୀ ମଦ। ଗୋଟିଏ ବୋତଲର ଦାମ୍‌  ୨୪କୋଟି ଟଙ୍କା । ପ୍ରସିଦ୍ଧ ଡିଜାଇନର ଲିୟୋନ ବେରେସ ଏହି ମଦ ବୋତଲର ଡିଜାଇନ୍  କରିଛନ୍ତି । ବୋତଲ ଉପରେ ୩୦୦୦ ହୀରା  ଲଗିଛି। ଏହାକୁ ସିକ୍ରେଟ୍ ରୂଷୀୟ ଶୈଳୀରେ ତିଆରି କରାଯାଏ ।

publive-image

ସ୍କ୍ରିମିଂ ଇଗଲ କାର୍ବଲେଟ୍-୧୯୯୨: ସ୍କ୍ରିମିଂ ଇଗଲ କାର୍ବଲେଟ୍-୧୯୯୨ରେ ଦୁନିଆର ସବୁଠୁ ଦାମୀ ରେଡ ୱାଇନ୍ । ୨୦୦୦ ମସିହାରେ ଏହି ୱାଇନର କିଛି ବୋତଲ ନିଲାମ କରାଯାଇଥିଲା। ଯାହାର ଗୋଟେ ବୋତଲର ଦାମ୍ ଥିଲା ୩.୨ କୋଟି ଟଙ୍କା ।

Advertisment

publive-imageମେକ୍ଲନ ସିଙ୍ଗଲ ମାଲ୍ଟ: ମେକ୍ଲନ ସିଙ୍ଗଲ ମାଲ୍ଟ ଦୁନିଆର ସବୁଠୁ ଦାମୀ ସ୍କଚ୍ । ୬୪ବର୍ଷ ପୁରୁଣା ଏହର ଗୋଟେ ବୋତଲର ମୂଲ୍ୟ ୨୯ଲକ୍ଷ ଟଙ୍କା । ପ୍ରଥମେ ୧୯୪୨ରେ ଏହି ମଦକୁ ତିଆରି କରାଯାଇଥିଲା ।

publive-image

ଜେ.ବେରି ଆଣ୍ଡ ନେଫ୍ୟୁ: ଜେ.ବେରି ଆଣ୍ଡ ନେଫ୍ୟୁ ଦୁନିଆର ସବୁଠୁ ଦାମୀ ରମ୍। ଏହାର ଗୋଟେ ବୋତଲର ଦାମ୍ ୩୪ଲକ୍ଷ । ଏହାକୁ ଜମେକାର ପାୟରେଟସ୍‌ର ୧୯୪୦ରେ ତିଆରି ହୋଇଥିଲା । ପୁରା ବିଶ୍ୱରେ ଏହି ବୋତଲ ଆଉ ମାତ୍ର ୪ଟି ବଳକା ଅଛି ।

ବ୍ରିୟୁଇଂ ଅର୍ଟକ୍‌ଟିକ ନେଲ.ଏଲ: ବ୍ରିୟୁଇଂ ଅଟାକ୍‌ଟିକ ନେଲ.ଏଲ ଦୁନିଆର ସବୁଠୁ ଦାମୀ ବିଅର। ଏହାର ଗୋଟେ କ୍ୱାଟ୍‌ର  ମୂଲ୍ୟ ପାଖାପାଖି ୧.୨ ଲକ୍ଷ। ପୁରା ବିଶ୍ୱରେ ଏହି ବ୍ରାଣ୍ଡର ବିଅର ମାତ୍ର ୩୦ ବୋତଲ ବଳକା ରହିଛି। ଏହା ଏବେ କେବଳ ଅଷ୍ଟ୍ରେଲିୟାରେ ଉପଲବ୍ଧ।