/odisha-reporter/media/post_attachments/uploads/2017/05/SOA-bbsr.jpg)
SOA bbsr
ଭୁବନେଶ୍ୱର: ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର(ସୋଆ)ରେ କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଠକେଇ ଓ ଜାଲିଆତି ଅଭିଯୋଗ ଘଟଣାରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ସୋଆ ରେଜିଷ୍ଟ୍ରାରଙ୍କ ଅଭିଯୋଗ କ୍ରମେ ଏକ ପ୍ଲେସମେଣ୍ଟ ଏଜେନ୍ସି ନାଁରେ ପୋଲିସ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ କୁଳପତିଙ୍କ ସହ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ଫଳରେ ଆନ୍ଦୋଳନ ଚାଲୁ ରଖିବା ପାଇଁ ଠକେଇର ଶିକାର ଛାତ୍ରଛାତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି।
କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଠକେଇ ଓ ଜାଲିଆତି ଅଭିଯୋଗ ଆସିବା ପରେ ଅଶାନ୍ତ ହୋଇପଡ଼ିଛି ସୋଆ କ୍ୟାମ୍ପସ। ଜାଲିଆତି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଭଲ କମ୍ପାନୀରେ ଗ୍ୟାରେଣ୍ଟିଯୁକ୍ତ ପ୍ଲେସମେଣ୍ଟ ଦାବିରେ ଛାତ୍ରଛାତ୍ରୀମାନେ ଗତକାଲି ଆନ୍ଦୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ। ପରିସ୍ଥିତି ଜଟିଳ ହେଉଥିବା ଦେଖି ସୋଆ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମନାଇବା ପାଇଁ ୨୦,୦୦୦ ଟଙ୍କା ସହ ଗୁଡ୍ଗାଓଁ ଯିବାଆସିବାର ଖର୍ଚ୍ଚ ଓ ଉଚ୍ଚ ଶିକ୍ଷା ପାଇଁ ମାଗଣାରେ ପଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପିଲାମାନେ କର୍ତ୍ତୃପକ୍ଷଙ୍କ ଲୋଭନୀୟ ପ୍ୟାକେଜରେ ରାଜି ହୋଇନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
