Advertisment

ଫାରୁକ ହତ୍ୟାକାଣ୍ଡରେ ବି ଫଶି ପାରନ୍ତି ଡି’ବ୍ରଦର୍ସ

କଟକ: ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ଫଶି ସାରିଥିବା ଧଳସାମନ୍ତ ଭ୍ରାତା ଆଉ ଏକ ହତ୍ୟାକାଣ୍ଡ ମାମଲାରେ ପଡ଼ି ପାରନ୍ତି। କଟକର ଡାଲି ବ୍ୟବସାୟୀ ଫାରୁକଙ୍କ ହତ୍ୟାକାଣ୍ଡରେ ଧଳସାମନ୍ତ ଭ୍ରାତାଙ୍କ ହାତ ଥିବା ସଂପର୍କିତ ଏକ ଖବର ଆଜି ଏକ ଖବରକାଗଜରେ ପଢ଼ିବା ପରେ ତାଙ୍କ ପରିବାର ଲୋକେ କଟକ ଡିସିପି ସଂଜୀବ ଆରୋରାଙ୍କୁ ଭେଟିଥିଲେ। ଫାରୁକ ହତ୍ୟାକାଣ୍ଡ ଘଟଣାରେ ପୋଲିସ୍ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ଆଉ ଟିକେ ତଦନ୍ତ ପରେ ସବୁ କଥା […]

ଅଦ୍ୟତନ ହୋଇଛି
କଟକରେ ଡି’ବ୍ରଦର୍ସଙ୍କର ୨୫ ଏକର ଜମି ଠାବ

dhalasamanta

Advertisment

କଟକ: ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ଫଶି ସାରିଥିବା ଧଳସାମନ୍ତ ଭ୍ରାତା ଆଉ ଏକ ହତ୍ୟାକାଣ୍ଡ ମାମଲାରେ ପଡ଼ି ପାରନ୍ତି। କଟକର ଡାଲି ବ୍ୟବସାୟୀ ଫାରୁକଙ୍କ ହତ୍ୟାକାଣ୍ଡରେ ଧଳସାମନ୍ତ ଭ୍ରାତାଙ୍କ ହାତ ଥିବା ସଂପର୍କିତ ଏକ ଖବର ଆଜି ଏକ ଖବରକାଗଜରେ ପଢ଼ିବା ପରେ ତାଙ୍କ ପରିବାର ଲୋକେ କଟକ ଡିସିପି ସଂଜୀବ ଆରୋରାଙ୍କୁ ଭେଟିଥିଲେ। ଫାରୁକ ହତ୍ୟାକାଣ୍ଡ ଘଟଣାରେ ପୋଲିସ୍ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ଆଉ ଟିକେ ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ଡିସିପି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। କଟକ ଡିସିପି କହିଛନ୍ତି ଯେ ଫାରୁକ ହତ୍ୟାକାଣ୍ଡ ମାମଲାରେ ଧଳସାମନ୍ତ ଭ୍ରାତାଙ୍କ ସଂପୃକ୍ତି ନେଇ କିଛି ତଥ୍ୟ ମିଳିଛି। ତେବେ ଏଥିପାଇଁ ଆହୁରି ତଦନ୍ତ ଆବଶ୍ୟକ।

Advertisment

ଫାରୁକଙ୍କ ପରିବାର ଲୋକେ କହିଛନ୍ତି ଯେ ଆଜି ଏକ ଖବରକାଗଜରେ ସେମାନେ ଫାରୁକଙ୍କ ହତ୍ୟାକାଣ୍ଡରେ ଧଳସାମନ୍ତ ଭ୍ରାତାଙ୍କ ସଂପୃକ୍ତି ଥିବା ଖବର ପଢ଼ିଥିଲେ। ଏ ସଂପର୍କରେ ଜାଣିବା ପାଇଁ ସେମାନେ ଡିସିପିଙ୍କ ନିକଟକୁ ଯାଇଥିଲେ। ଯାହା ଆଶା କରାଯାଉଛି ପୋଲିସ୍ ଏହି ହତ୍ୟାକାଣ୍ଡ ରହସ୍ୟ ଭେଦ କରି ସାରିଛି। ଆଉ ଅଧିକ ତଦନ୍ତ ପରେ ସବିଶେଷ ତଥ୍ୟ କୁହାଯିବ ବୋଲି ପୋଲିସ୍ ପ୍ରତିଶ୍ରୁତି ଦେଇଛି। ପୋଲିସ୍‌ର ଉଦ୍ୟମରେ ସେମାନେ ପୂରା ସନ୍ତୁଷ୍ଟ ଅଛନ୍ତି। ପୋଲିସ୍ ହତ୍ୟାକାରୀମାନଙ୍କୁ ଧରିପାରିବ ବୋଲି ଆମର ପୂରା ବିଶ୍ୱାସ ରହିଛି।

ଫାରୁକଙ୍କ ପରିବାର ଲୋକେ କହିଛନ୍ତି ଯେ ତାଙ୍କ ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ସେ ନେଇ କେହି ସେମାନଙ୍କୁ କିଛି କହି ନ ଥିଲେ। ସେମାନେ ଏପର୍ଯ୍ୟନ୍ତ ଜାଣି ପାରି ନାହାନ୍ତି ଫାରୁକଙ୍କୁ କିଏ ଓ କାହିଁକି ମାରିଥିଲା। କାରଣ ତାଙ୍କୁ ପୂର୍ବରୁ କୌଣସି ଚେତାବନୀ ଆସି ନ ଥିଲା। ସେ ସାଧାରଣ ଜୀବନଯାପନ କରୁଥିଲେ। ଘଟଣା ଦିନ ସେ ଘରୁ ଖାଇପିଇ ମାଲଗୋଦାମସ୍ଥିତ ଗୋଦାମକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ଖବର ଆସିଲା ଯେ ତାଙ୍କୁ ଗୁଳି କରି ଦିଆଯାଇଛି। ପରିବାର ଲୋକେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ଦେହରେ ୫ଟି ଗୁଳି ବାଜି ଥିଲା। ଶୁଣିବାକୁ ମିଳିଛି ୩ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ଥିଲେ।

Advertisment

କଟକ ଡିସିପି କହିଛନ୍ତି ଯେ ଫାରୁକଙ୍କ ପରିବାର ଲୋକେ ଆଜି ତାଙ୍କୁ ଭେଟି ଥିଲେ। ଫାରୁକଙ୍କ ହତ୍ୟା ନେଇ ପୋଲିସ୍‌କୁ ଲିଡ୍ ମିଳିଛି। ତେବେ ଏଥିରେ ଆଉ ତଦନ୍ତ ଚାଲିଛି। ଯାହା ବି ପ୍ରମାଣ ମିଳିବ ସେହି ଅନୁସାରେ କାମ କରାଯିବ। ଧଳସାମନ୍ତ ଭ୍ରାତାଙ୍କର ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ କିଛି ତଥ୍ୟ ମିଳିଛି। କିନ୍ତୁ ଏଥିରେ ଅଧିକ ତଦନ୍ତ ଆବଶ୍ୟକ। ତା’ପରେ ଯାଇ ସବୁ ସ୍ପଷ୍ଟ ହୋଇପାରିବ।

ସୂଚନାଯୋଗ୍ୟ, ୨୦୧୪ ନଭେମ୍ବର ୧୨ ତାରିଖରେ କଟକର ଡାଲି ବ୍ୟବସାୟୀ ଫାରୁକଙ୍କୁ ହତ୍ୟା କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe