ଲମତାପୁଟ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରରେ ଆଜି ନିଆଁ ଲାଗି ଯାଇଛି। ୫ ନମ୍ୱର ଟରବାଇନ୍ର ପେନାଲ ବୋର୍ଡରେ ସର୍ଟସର୍କିଟ ହୋଇଥିଲା। କ୍ଷଣକ ଭିତରେ ଏହି ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଜୟପୁରରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏବେ ବିଜୁଳି ଉତ୍ପାଦନ ବନ୍ଦ ରହିଛି। ଯାହାଦ୍ୱାରା ଆନ୍ଧ୍ର ଓ ଓଡ଼ିଶା ସୀମାବର୍ତ୍ତୀ ଗାଁ ଗୁଡ଼ିକ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଛି।
ସୂଚନାରୁ ପ୍ରକାଶ, ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରରୁ ପ୍ରତିଦିନ ୧୨୦ ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଛି। ଏହି ବିଦ୍ୟୁତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗାଁ ଗୁଡ଼ିକୁ ଯୋଗାଇ ଦିଆଯାଇଥାଏ। ଏବେ ବିଜୁଳି ଉତ୍ପାଦନ ବନ୍ଦ ରହିଥିବାରୁ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି।
୨୦୦୮ ମସିହା ଦୀପାବଳିରେ ଏଠାରେ ନିଆଁ ଲାଗି ଯାଇଥିଲା। ଯାହାଦ୍ୱାରା ୫୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ପଡ଼ିଯାଇଥିଲା। ସେହି ସମୟରେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
