ରାଉରକେଲା: ଦୀପାବଳି ପୂର୍ବରୁ ଅଘଟଣ। ରାଉରକେଲା ପାଓ୍ୱାର ହାଉସ ରୋଡରେ ଥିବା ବାଣ ବାଜରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାସହିତ ୪୫ରୁ ଅଧିକ ବାଣ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ପୋଡ଼ି ୧୮ଟି ବାଇକ ମଧ୍ୟ ପାଉଁଶ ହୋଇଯାଇଛି।
Advertisment
ଗତକାଲି ବିଳମ୍ବିତ ରାତିରେ ବାଣ ଦୋକାନଗୁଡ଼ିକରେ ନିଆଁ ଲାଗିଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ନିଆଁ କିପରି ଲାଗିଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଦୁର୍ଘଟଣାରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
