Former maoist
ମାଲକାନଗିରି: ପୂରା ସମାଜ ଆଗରେ ମା'ର ପରିଚୟ ଥିଲା ମାଓବାଦୀ। ହେଲେ ମାଆର ଏହି କଳଙ୍କିତ ଅତୀତକୁ ଲିଭାଇ ଦେଇଛି ଝିଅ। ଯେଉଁ ସରକାର ପୂର୍ବରୁ ମା'ର ହାତରେ ହାତକଡି ପିନ୍ଧାଇଥିଲା ସେହି ସରକାର ମାଓବାଦୀର ଝିଅ ହାତରେ ଫୁଲତୋଡ଼ା ଦେବା ସହ ଶୁଭ ମନାସିଛି। ଝିଅର ସଫଳତା ଦେଖି ଚୁପ୍ ହୋଇଯାଇଛି ସମାଜ ମୁହଁ। ଆଉ ଏ କାହାଣୀର ନାୟିକା ହେଉଛି ୧୫ ବର୍ଷିୟା ସିରିସା କୁମାରୀ।
<a href="http://odishareporter.in/wp-content/uploads/2017/05/sirisa-1-2.png">(image) </a>
କିଛି ବର୍ଷ ପୂର୍ବେ ମା' ମାଓବାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସରକାର ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲା। ଗମ୍ଭୀରି ଘରର ଏରୁଣ୍ଡି ଡେଇଁ ମାଆ ସାଜିଥିଲା ଗରିଲା ବାହିନୀର ଯୋଦ୍ଧା। ଘର ଛାଡି ଚାଲିଯାଇଥିଲା ଜଙ୍ଗଲକୁ। ହାତରେ ଉଠାଇଥିଲା ବନ୍ଧୁକ।
ଏବେ କିନ୍ତୁ ଏହି ମାଓବାଦୀର ଝିଅ ହାତରେ ଭଲିବଲ ଧରି ରାଜ୍ୟ ଓ ଦେଶକୁ ଗର୍ବିତ କରିଛି। କାଲିମେଳାର ସରକାରୀ ବାଳିକା ବିଦ୍ୟାଳୟରେ ପଢୁଥିବା ସିରିସା କୁମାରୀ ଚୀନ୍ରେ ହେବାକୁ ଥିବା ୧୮ ବର୍ଷରୁ କମ୍ ବାଳିକା ବିଭାଗରେ ଆନ୍ତର୍ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏଥିସହ ମା'ର ମଥାରେ ଲାଗିଥିବା ମାଓବାଦୀର କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିଛନ୍ତି।
<a href="http://odishareporter.in/wp-content/uploads/2017/05/sirisa-1-5.png">(image) </a> ୧୯୯୦ରେ ମାଓବାଦୀଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ ସିରିସାଙ୍କ ମା" ଛେଲିମା କୁମାରୀ। ହେଲେ ମାଓବାଦୀମାନେ ନିରୀହ ଲୋକଙ୍କ ଜୀବନ ନେବା ଦେଖି ଜଙ୍ଗଲ ଛାଡି ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଫେରି ଆସିଥିଲେ। ପୋଲିସ ଗିରଫ କଲା। ୬ ବର୍ଷ ପର୍ଯ୍ୟନ୍ତ ଜେଲ୍ର କାଳକୋଠରୀ ଭିତରକୁ ପଠାଇ ଦେଇଥିଲା ଛେଲିମାଙ୍କୁ। ହେଲେ ଜେଲରୁ ବାହାରିବା ପରେ ଅତୀତକୁ ପଛ କରି ନିଜ ଝିଅ ପାଇଁ ସୁନ୍ଦର ସ୍ୱପ୍ନ ଦେଖିଥିଲେ ଛେଲିମା। ଆଉ ତାକୁ ସାକାର କରିଛନ୍ତି ସିରିସା। ଭଲିବଲ ଖେଳି ସାରା ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
