Advertisment

ବଲାଙ୍ଗିର ଆରଆଇ, ଅମିନ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରିବାକୁ ନିର୍ଦ୍ଦେଶ; ଚିନ୍ତାରେ ୧୬୯ ଚାକିରିଆ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ୨୦୧୩ ମସିହାରେ ହୋଇଥିବା ଆରଆଇ, ଅମିନ ଓ ଏଆରଆଇ ନିଯୁକ୍ତି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ନିଯୁକ୍ତିକୁ ଅସିଦ୍ଧ ଓ ବାତିଲ କରିବା ପାଇଁ  ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟକୁ ଚିଠି ଲେଖାଯାଇଛି। ଏହି ଚିଠି ପରେ ନିଯୁକ୍ତି ପାଇଥିବା ୧୬୯ ଆରଆଇ, ଅମିନ ଓ ଏଆରଆଇଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜସ୍ୱ […]

ଅଦ୍ୟତନ ହୋଇଛି
ବଲାଙ୍ଗିର ଆରଆଇ, ଅମିନ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରିବାକୁ ନିର୍ଦ୍ଦେଶ; ଚିନ୍ତାରେ ୧୬୯ ଚାକିରିଆ

bolangirri

Advertisment

bolangirriବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ୨୦୧୩ ମସିହାରେ ହୋଇଥିବା ଆରଆଇ, ଅମିନ ଓ ଏଆରଆଇ ନିଯୁକ୍ତି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ନିଯୁକ୍ତିକୁ ଅସିଦ୍ଧ ଓ ବାତିଲ କରିବା ପାଇଁ  ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟକୁ ଚିଠି ଲେଖାଯାଇଛି। ଏହି ଚିଠି ପରେ ନିଯୁକ୍ତି ପାଇଥିବା ୧୬୯ ଆରଆଇ, ଅମିନ ଓ ଏଆରଆଇଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ଉତ୍ତରାଞ୍ଚଳ ଆର୍‌ଡିସିଙ୍କୁ ଦିଆଯାଇଥିବା ଏହି ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ୨୦୧୩ ମସିହାରେ ବଲାଙ୍ଗିର ଜିଲ୍ଲାରେ ହୋଇଥିବା ଆରଆଇ, ଅମିନ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରାଯାଉ। ଏହି ଚିଠି ସଂପର୍କରେ ଜଣାପଡ଼ିବା ପରେ ଆଜି ରବିବାର ହୋଇଥିବା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ଭିଡ଼ ଜମି ଥିଲା। ଖୁବଶୀଘ୍ର ସରକାରଙ୍କ ଏହି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।

ଲିଙ୍ଗରାଜ ପଟେଲ ନାମକ ଜଣେ ଅଭିଯୋଗକାରୀ କହିଛନ୍ତି,“ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ଉତ୍ତରାଞ୍ଚଳ ଆର୍‌ଡିସିଙ୍କୁ ଦିଆଯାଇଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ୨୦୧୩ ଆରଆଇ, ଅମିନ ପରୀକ୍ଷାକୁ ଅସିଦ୍ଧ ଓ ବାତିଲ ଘୋଷଣା କରିବା ପାଇଁ। ଏବେ ଏହା ଜିଲ୍ଲାପାଳଙ୍କ ଉପରେ ନିର୍ଭର କରୁଛି ଯେ ସେ କେତେ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବେ।”

Advertisment

ଅନ୍ୟପକ୍ଷରେ ଉକ୍ତ ନିଯୁକ୍ତି କ୍ରମେ ଆରଆଇ, ଅମିନ ପଦରେ ଚାକିରି ପାଇଥିବା ବ୍ୟକ୍ତିମାନେ ସରକାରଙ୍କ ଏହି ଚିଠି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା ୧୬୯ ଜଣ ଯାକ ଆରଆଇ ଓ ଅମିନ ଦୁର୍ନୀତି କରି ଚାକିରି ପାଇ ନାହାନ୍ତି। ସେମାନଙ୍କ ମଧ୍ୟରେ ଭଲ ପିଲା ମଧ୍ୟ ଅଛନ୍ତି। ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଉ ଓ ଦୁର୍ନୀତି କରି ଚାକିରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନହେଲେ ସେମାନେ ଏହାର ପ୍ରତିବାଦ କରିବେ ଓ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

୨୦୧୩ର ଏହି ବିବାଦୀୟ ନିଯୁକ୍ତି ପ୍ରକ୍ରିୟାରେ ଚାକିରି ପାଇଥିବା ସୁରେନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତି କହିଛନ୍ତି,“୧୬୯ ଜଣଙ୍କ ମଧ୍ୟରେ କିଏ ଭଲ ପିଲା କିଏ ଖରାପ, ତାହା ନ ଜାଣି ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏଇଟା ଠିକ୍ ନୁହେଁ। ସମସ୍ତେ ଦୁର୍ନୀତି କରି ଚାକିରି ପାଇ ନାହିଁ। ଆମେ ସମସ୍ତେ ପରୀକ୍ଷା ଦେଇ ଚାକିରି ପାଇଛୁ। ଆମମାନଙ୍କ ମଧ୍ୟରେ ଅନେକ ଭଲ ପିଲା ଅଛନ୍ତି, ଯେଉଁମାନେ ନିଜ ଦକ୍ଷତାରେ ଚାକିରି ପାଇଛନ୍ତି। ତେଣୁ ସରକାର ଏହାର ଏକ ନିରପେକ୍ଷ ତଦନ୍ତ କରାନ୍ତୁ। ଅନୁଚିତ୍ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନହେଲେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରାଯିବ। ଆମେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହେବୁ।”

ବଲାଙ୍ଗିର ଜିଲ୍ଲାପାଳ ଏମ୍‌.ମୁଥୁକୁମାର କହିଛନ୍ତି ଯେ ଏ ପ୍ରସଙ୍ଗରେ ସେ ଆରଡିସିଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ।

୨୦୧୩ ମସିହା ଜୁନ୍ ୯ ତାରିଖରେ ବଲାଙ୍ଗିର ଜିଲ୍ଲାରେ ୧୬୯ ଟି  ଆରଆଇ, ଏଆରଆଇ ଓ ଅମିନ ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ପରେ ପରେ କଂପ୍ୟୁଟର ପରୀକ୍ଷା ହୋଇଥିଲା। ମାତ୍ର ତିନି ଦିନ ଭିତରେ ଫଳାଫଳ ବାହାର କରି ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ପରୀକ୍ଷା ଖାତାକୁ ଷ୍ଟ୍ରଙ୍ଗ୍ ରୁମ୍‌ରେ ନ ରଖି ତତ୍‌କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ରଖାଯାଇଥିବାରୁ ଦୁର୍ନୀତି ଅଭିଯୋଗ ହୋଇଥିଲା। ସୂଚନା ଆଇନ୍ ଅଧିକାର ବଳରେ ଦୀର୍ଘ ଦିନର ଲଢ଼େଇ ପରେ ପରୀକ୍ଷା ଖାତା ମିଳିଥିଲା। ପରୀକ୍ଷା ଖାତାରୁ ଆସିଥିଲା ଦୁର୍ନୀତି ଗନ୍ଧ। କିଛି ମାର୍କ ପାଇ ନ ଥିବା ଜଣେ ପ୍ରାର୍ଥୀ ୯୩ ମାର୍କ ପାଇଥିଲେ। ଏପରିକି ୨ ମାର୍କ ପାଇଥିବା ଜଣେ ପ୍ରାର୍ଥୀ ଚାକିରି ମଧ୍ୟ ପାଇଥିବା ଜଣାପଡ଼ିଥିଲା। ପରେ ଘଟଣାର ତଦନ୍ତ କରିଥିଲା ଭିଜିଲାନ୍ସ। ତା’ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲା। ପରେ ଭିଜିଲାନ୍ସ ପୁଣି ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ର ଓ ବରିଷ୍ଠ କିରାଣୀ ନିରଜଂନ ତ୍ରିପାଠୀଙ୍କୁ ଗିରଫ କରିବା ପାଇଁ ବଲାଙ୍ଗିର ଜିଲ୍ଲାରେ ଜୋର ଧରିଥିଲା ଆନ୍ଦୋଳନ। ଶେଷରେ ଜେଲ୍ ଯାଇଥିଲେ ଜିଲ୍ଲାପାଳ। ବରିଷ୍ଠ କିରାଣି ବି ବାଦ୍ ପଡ଼ି ନ ଥିଲେ। ଏପରିକି ଦାୟିତ୍ୱରେ ଥିବା ଚାରିଜଣ ଓଏଏସ୍ ଅଧିକାରୀଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe