ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ମାସେରୁ ଅଧିକ ସମୟ ଧରି ଆନ୍ଦୋଳନରେ ବସିଛନ୍ତି ଅଙ୍ଗନୱାଡି କର୍ମୀ। ଏହାକୁ ନେଇ ଆଜି ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,‘‘ପାଖାପାଖି ୭୨ ହଜାରରୁ ଅଧିକ ଅଙ୍ଗନୱାଡି କେନ୍ଦ୍ର ଆମର ରାଜ୍ୟରେ ଅଛି। ଦୀର୍ଘ ୩୫ ଦିନ ହେଲାଣି ରାଜରାସ୍ତାରେ ଖୋଲା ଆକାଶ ତଳେ ଅହରାତ୍ର ଆନ୍ଦୋଳନ କରୁଛନ୍ତି ଅଙ୍ଗନୱାଡି କର୍ମୀ। କ୍ଷୋଭର ବିଷୟ, ମହିଳା ଓ ଶିଶୁ ବିକାଶର ସମସ୍ତ ଯୋଜନାର ତୃଣମୂଳ ସ୍ତରରେ କାମ ପହଞ୍ଚାଉଥିବା ଏହି କେନ୍ଦ୍ର ରାଜ୍ୟରେ ୩୫ ଦିନ ହେଲାଣି ବନ୍ଦ ପଡ଼ିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ନିଦ ବି ଭାଙ୍ଗୁ ନାହିଁ। ଏତେ ଦିନ ହେଲାଣି କର୍ମୀମାନେ ଭୁବନେଶ୍ୱରରେ ପଡ଼ି ରହିବା ମୁଁ’ ତ ଭାବୁଛି ଏହା ସମସ୍ତ ମହିଳା ଓ ଶିଶୁମାନଙ୍କ ପାଇଁ ଏକ ଲଜ୍ୟାକର ଘଟଣା। ଆମେ ତୁରନ୍ତ ଦାବି କରୁଛୁ ମୁଖ୍ୟମନ୍ତ୍ରୀ ଏହି ଦିଗପ୍ରତି ହସ୍ତକ୍ଷେପ କରନ୍ତୁ ଏବଂ ଅଙ୍ଗନୱାଡି କର୍ମୀମାନଙ୍କୁ ତାଙ୍କର ନାର୍ଯ୍ୟ ଅଧିକାର ମିଳୁ।”<a href="">(image) </a>
ସେ ଆହୁରି କହିଛନ୍ତି,“ସରକାର କର୍ମୀଙ୍କ କଥା ନ ଶୁଣିବା ମହିଳା ନିର୍ଯାତନାଠୁ କିଛି କମ୍ ନୁହେଁ। ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଯେଉଁପରି ଢଙ୍ଗରେ ଖୋଲା ଆକାଶ ତଳେ ରାତି ସାରା ଶୋଇ ରହୁଛନ୍ତି। ଏହା ସାରା ଓଡ଼ିଶାର ମହିଳାମାନଙ୍କ ପ୍ରତି ସରକାରଙ୍କ ଅସମ୍ମାନ, ଧୋକ୍କା ଓ ଲଜ୍ୟାର ଉଦାହରଣ ଛଡ଼ା ଆଉ କିଛି ନୁହେଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us