Advertisment

ଗୁଜରାଟ କଛରେ ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର: ଗୁଜରାଟର କଛରେ ଚାଲିଥିବା ୩ ଦିନିଆ ପୋଲିସ ଡିଜି ଓ ଆଇଜି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ଦେଶର ପୋଲିସ ବିଭାଗ ଓ ଗୁଇନ୍ଦା ବିଭାଗ ସାମ୍ନା କରୁଥିବା ବିଭିନ୍ନ ଜଟିଳ ସମସ୍ୟାର ମୁକାବିଲା ନେଇ ମାନସମନ୍ଥନ କରାଯାଉଛି। ବିଶେଷକରି ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା, ଗୁଇନ୍ଦା ସୂଚନା ସଂଗ୍ରହ ପରେ ଏହାକୁ ଠିକ୍ ଭାବେ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା, ପୋଲିସ ତଦନ୍ତର ମାନରେ ଉନ୍ନତି ଆଣିବା, ପୋଲିସର […]

ଅଦ୍ୟତନ ହୋଇଛି
ଗୁଜରାଟ: ଆଜିଠାରୁ କଚ୍ଛରେ ପୋଲିସ ଡିଜି ସମ୍ମିଳନୀ, ଯୋଗଦେବେ ଓଡ଼ିଶା ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି

dg

Advertisment

ଭୁବନେଶ୍ୱର: ଗୁଜରାଟର କଛରେ ଚାଲିଥିବା ୩ ଦିନିଆ ପୋଲିସ ଡିଜି ଓ ଆଇଜି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ଦେଶର ପୋଲିସ ବିଭାଗ ଓ ଗୁଇନ୍ଦା ବିଭାଗ ସାମ୍ନା କରୁଥିବା ବିଭିନ୍ନ ଜଟିଳ ସମସ୍ୟାର ମୁକାବିଲା ନେଇ ମାନସମନ୍ଥନ କରାଯାଉଛି। ବିଶେଷକରି ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା, ଗୁଇନ୍ଦା ସୂଚନା ସଂଗ୍ରହ ପରେ ଏହାକୁ ଠିକ୍ ଭାବେ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା, ପୋଲିସ ତଦନ୍ତର ମାନରେ ଉନ୍ନତି ଆଣିବା, ପୋଲିସର ଆଧୁନିକୀକରଣ ଏବଂ ମାନବ ସମ୍ୱଳର ଅପଗ୍ରେଡେସନ ଇତ୍ୟାଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶରେ ଗୁଇନ୍ଦା ସଂସ୍ଥାସବୁ ସୂଚନା ସଂଗ୍ରହ ପରେ ଓ ଏହାକୁ ଠିକ୍ ଭାବେ ଠିକ୍ ସ୍ଥାନରେ ଉପଯୋଗ ନେଇ ଏକ ମେକାନିଜମ ତିଆରି ଉପରେ ଡିଜିପି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି।

Advertisment

ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ମଧ୍ୟ ଏ ପ୍ରସଙ୍ଗ ଉପରେ ବିଶେଷ ଆଲୋଚନା କରାଯିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ।  ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe