Advertisment

ଘରେ ବନାନ୍ତୁ କଙ୍କଡ଼ା ତରକାରୀ

ଆବଶ୍ୟକ ସାମଗ୍ରୀ- ବଡ଼ ସମୁଦ୍ର କଙ୍କଡ଼ା, ଅଦା, ରସୁଣ ଓ ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କରି ପାଉଡର, ଗରମ ମସଲା, ତେଲ ଲୁଣ, ହଳଦୀ, ଗରମ ମସଲା, ଧନିଆ ପତ୍ର , ଟମାଟୋ, କଟା ପିଆଜ ପ୍ରସ୍ତୁତି ପ୍ରଣାଳୀ- ବଜାରରୁ କିଛି ସମୁଦ୍ର କଙ୍କଡ଼ା ଆଣନ୍ତୁ। ତାକୁ ଭାଙ୍ଗି ଦିଅନ୍ତୁ। ଏହାପରେ ତାକୁ ଧୋଇ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି କଙ୍କଡ଼ାକୁ ଭାଜି ଦିଅନ୍ତୁ। ଏହାପରେ […]

ଅଦ୍ୟତନ ହୋଇଛି
ଘରେ ବନାନ୍ତୁ କଙ୍କଡ଼ା ତରକାରୀ

crabcurryimage

Advertisment

ଆବଶ୍ୟକ ସାମଗ୍ରୀ- ବଡ଼ ସମୁଦ୍ର କଙ୍କଡ଼ା, ଅଦା, ରସୁଣ ଓ ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କରି ପାଉଡର, ଗରମ ମସଲା, ତେଲ ଲୁଣ, ହଳଦୀ, ଗରମ ମସଲା, ଧନିଆ ପତ୍ର , ଟମାଟୋ, କଟା ପିଆଜ

Advertisment

ପ୍ରସ୍ତୁତି ପ୍ରଣାଳୀ- ବଜାରରୁ କିଛି ସମୁଦ୍ର କଙ୍କଡ଼ା ଆଣନ୍ତୁ। ତାକୁ ଭାଙ୍ଗି ଦିଅନ୍ତୁ। ଏହାପରେ ତାକୁ ଧୋଇ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି କଙ୍କଡ଼ାକୁ ଭାଜି ଦିଅନ୍ତୁ।

ଏହାପରେ କଡ଼େଇରେ ପୁଣି ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାଇ ତାକୁ କିଛି ସମୟ କଷନ୍ତୁ। ଏହା ପରେ ଧନିଆ, ଜିରା ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। କରି ପାଉଡର ପକାଇବା ପରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ସେଥିରେ କଟା ଟମାଟୋ ପକାଇ ତାକୁ କଷନ୍ତୁ। ଏହାପରେ ଅଳ୍ପ ପାଣି ଦିଅନ୍ତୁ। ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ଭଜା ଯାଇଥିବା କଙ୍କଡ଼ାକୁ ପକାନ୍ତୁ। ଏହାପରେ ଗରମ ମସଲା ଦେଇ ନିଆଁ ଆଞ୍ଚକୁ କମ୍‌ କରି ଦିଅନ୍ତୁ। ଗ୍ରେଭି କେତେ ରଖିବେ ତାହା ଆପଣଙ୍କ ଉପରେ  ନିର୍ଭର କରେ। ସେଇ ଅନୁସାରେ ପାଣି ଦିଅନ୍ତୁ। କିଛି ସମୟ ପରେ କଡ଼େଇକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଙ୍କଡ଼ା ତରକାରୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe