ଘରେ ପ୍ରସ୍ତୁତ କରନ୍ତୁ ‘ନୁଡୁଲ୍ସ ପକୋଡ଼ା’

ଆବଶ୍ୟକ ସାମଗ୍ରୀ:  ବେସନ, କନ୍‌ଫ୍ଲୋର, ନୁଡ୍‌ଲ୍ସ, ଛତୁ, ବନ୍ଧା କୋବି, କଞ୍ଚାଲଙ୍କା, ଅଦା, ଧନିଆ ପତ୍ର, ଲୁଣ, ଲଙ୍କାଗୁଣ୍ଡ, ତେଲ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡେଇରେ ପାଣି ଗରମ କରନ୍ତୁ। ସେଥିରେ ନୁଡୁଲ୍ସ ପକାନ୍ତୁ। ନୁଡୁଲ୍ସ ହୋଇଗଲା ପରେ ତାକୁ ପାଣିରୁ  ଛାଣି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ବେସନ ଓ କନ୍‌ଫ୍ଲୋରକୁ ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପରେ କଞ୍ଚାଲଙ୍କା ଅଦା, କଟା ଛତୁ , କଟା ବନ୍ଧାକୋବି […]

food

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 01:33 PM IST

ଆବଶ୍ୟକ ସାମଗ୍ରୀ:  ବେସନ, କନ୍‌ଫ୍ଲୋର, ନୁଡ୍‌ଲ୍ସ, ଛତୁ, ବନ୍ଧା କୋବି, କଞ୍ଚାଲଙ୍କା, ଅଦା, ଧନିଆ ପତ୍ର, ଲୁଣ, ଲଙ୍କାଗୁଣ୍ଡ, ତେଲ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡେଇରେ ପାଣି ଗରମ କରନ୍ତୁ। ସେଥିରେ ନୁଡୁଲ୍ସ ପକାନ୍ତୁ। ନୁଡୁଲ୍ସ ହୋଇଗଲା ପରେ ତାକୁ ପାଣିରୁ  ଛାଣି ଦିଅନ୍ତୁ।

ଏହାପରେ ଏକ ପାତ୍ରରେ ବେସନ ଓ କନ୍‌ଫ୍ଲୋରକୁ ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପରେ କଞ୍ଚାଲଙ୍କା ଅଦା, କଟା ଛତୁ , କଟା ବନ୍ଧାକୋବି ଓ ନୁଡୁଲ୍ସକୁ ପକାଇ  ଭଲ ଭାବେ ମିକ୍ସ କରନ୍ତୁ।

ଏବେ କଡେଇରେ ତେଲ ଗରମ କରି ଏହି ପେଷ୍ଟ୍‌କୁ ଛାଣନ୍ତୁ । ଏହା ଟିକିଏ ଲାଲ୍‌ ହୋଇଯିବା ପରେ ପ୍ଲେଟ୍‌କୁ କାଢି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ପକୋଡା। ଏହାକୁ ଟମାଟୋ ସସ୍ ସହ ଖାଆନ୍ତୁ।

 

 

 

 

Related story