ଆବଶ୍ୟକ ସାମଗ୍ରୀ଼: ବେବିକର୍ଣ୍ଣ, , ଲଙ୍କା ଗୁଣ୍ଡ , ବେସନ, ପିଆଜ, ଶିମଲା ଲଙ୍କା, ହଳଦୀଗୁଣ୍ଡ, ରସୁଣ, ଲୁଣ
ପ୍ରସ୍ତୁତି ପ୍ରଣାଳୀ:ବେସନରେ ଲଙ୍କା ଗୁଣ୍ଡ, ହଳଦୀ ଲୁଣ ପକାଇ ପାଣି ମିଶାଇ ଏକ ଗାଢ ଘୋଳ ପ୍ରସ୍ତୁତ କରନ୍ତୁ। କଟା ହୋଇଥିବା ବେବିକର୍ଣ୍ଣକୁ ବେସନ ଘୋଳରେ ବୁଡାଇ ତେଲରେ ଛାଣିଦିଅନ୍ତୁ।
କଡ଼େଇରେ ତେଲ ଗରମ କରି ସେଥିରେ ରସୁଣ ଓ ପିଆଜ ପକାନ୍ତୁ । ଏବେ ସେଥିରେ ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇସାରିବା ପରେ ସେଥିରେ ଶିମଲା ଲଙ୍କା ପକାନ୍ତୁ। ସେଥିରେ ଛଣା ବେବିକର୍ଣ୍ଣକୁ ମିଶାଇ କିଛି ସସୟ ଛାଡିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିଲି ବେବିକର୍ଣ୍ଣ ।