/odisha-reporter/media/post_attachments/uploads/2017/12/springroll-1.jpg)
springroll
ଆବଶ୍ୟକ ସାମଗ୍ରୀ: ମଇଦା, ତେଲ, ଚାଓମିନ, ଗାଜର, ସିମ୍ଲା ଲଙ୍କା, ବନ୍ଧାକୋବି, ପିଆଜ, ଲୁଣ, ସୋୟା ସସ୍, ଚିଲି ସସ୍, ଭିନେଗାର, ତେଲ
Advertisment
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଡେଇରେ ପାଣି ଗରମ କରନ୍ତୁ। ସେଥିରେ ଚାଓମିନ୍ ପକାନ୍ତୁ। ଚାଓମିନ୍ ଅଳ୍ପ ସିଝି ଗଲାପରେ ତାକୁ ପାଣିରୁ ଛାଣି ଆଣନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ଗାଜର, ବନ୍ଧା କୋବି, ପିଆଜ, ସିମଲା ଲଙ୍କା ଓ ଲୁଣ ପକାଇ ଭାଜନ୍ତୁ। ଅଳ୍ପ ଭାଜିସାରିବା ପରେ ସେଥିରେ ସୋୟା ସସ୍, ଚିଲି ସସ୍, ଭିନେଗାର ଓ ଚାଓମିନ୍ ପକାଇ ଭଲ ଭାବେ ଭାଜନ୍ତୁ।
ଏହା ପରେ ମଇଦାରେ ପାଣି ମିଶାଇ ଭଲ ଭାବେ ଚକୁଡି ଦିଅନ୍ତୁ । ଏହାକୁ ରୁଟି ଭଳି ବେଲି ଦିଅନ୍ତୁ। ଅଳ୍ପ ମଇଦାକୁ ପାଣିରେ ଗୋଳାଇ ରୁଟି ଚାରିପଟେ ଏହା ଲଗାଇ ଭଜାକୁ ସେଥିରେ ରଖି ଚାରିପଟୁ ଫୋଲ୍ଡ କରିଦିଅନ୍ତୁ। ଏହାକୁ ଗରମ ତେଲରେ ଲାଲ ହେବା ଯାଏଁ ଛାଣନ୍ତୁ। ଛାଣିସାରିବା ପରେ କଡେଇରୁ କାଢି ମଝିରୁ କାଟି ସ୍ପ୍ରିଙ୍ଗ୍ ରୋଲ୍ ଖାଇବାର ମଜା ନିଅନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
