Advertisment

ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ ହୋଇଛି। ଜଣେ ଯୁବତୀ ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ଗତକାଲି ରାତିରେ ତାଙ୍କ ବାପା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛନ୍ତି। ଅଭିଯୋଗ କରିଛନ୍ତି ଅଭିଯୁକ୍ତଙ୍କ ମା’ ତଥା ମୃତ ଯୁବତୀଙ୍କ ଜେଜେ ମା’। ଅଭିଯୋଗ ପାଇବା ପରେ ବଲାଙ୍ଗିର ଜିଆର୍‌ପି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଫେରାର ରହିଛି। ମୃତ ଯୁବତୀଙ୍କ ନାଁ ଗୀତା ତଅଁଳ। ତାଙ୍କ […]

ଅଦ୍ୟତନ ହୋଇଛି
ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ

honour-killing

Advertisment

honour-killingବଲାଙ୍ଗିର: ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ ହୋଇଛି। ଜଣେ ଯୁବତୀ ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ଗତକାଲି ରାତିରେ ତାଙ୍କ ବାପା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛନ୍ତି। ଅଭିଯୋଗ କରିଛନ୍ତି ଅଭିଯୁକ୍ତଙ୍କ ମା’ ତଥା ମୃତ ଯୁବତୀଙ୍କ ଜେଜେ ମା’। ଅଭିଯୋଗ ପାଇବା ପରେ ବଲାଙ୍ଗିର ଜିଆର୍‌ପି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଫେରାର ରହିଛି।

Advertisment

ମୃତ ଯୁବତୀଙ୍କ ନାଁ ଗୀତା ତଅଁଳ। ତାଙ୍କ ଘର ପାଟଣାଗଡ଼ ବ୍ଲକ୍ ଖଉଣ୍ଟସମଲେଇ ଗାଁରେ। ସେ ଭିନ୍ନ ଜାତିର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ତେଣୁ ତାଙ୍କ ବାପା କୈଳାସ ତଅଁଳା ତାଙ୍କୁ ଚାରି ଦିନ ତଳେ ମାରି ଦେବାକୁ ଧମକ ଦେଇଥିଲେ। ଏହା ପରେ କୈଳାସଙ୍କ ମା’ ମେମ୍ ତଅଁଳା ନାତୁଣୀର ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ତରଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଲୁଚାଇ ରଖିଥିଲେ। ତେବେ କୈଳାସ କୌଣସି ସୂତ୍ରରୁ ଏ ସଂପର୍କରେ ଜାଣିପାରି ଗତକାଲି ସେଠାକୁ ଯାଇ ଦୁଇ ଜଣଙ୍କୁ ବୁଝାସୁଝା କରି ବଲାଙ୍ଗିର ନେଇ ଆସିଥିଲେ। ରାତି ପ୍ରାୟ ୧୧ଟା ବେଳେ ବଲାଙ୍ଗିର ରେଳ ଷ୍ଟେସନଠାରୁ ମାତ୍ର ତିନି ଶହ ମିଟର ଦୂରରେ ଥିବା ଏକ ବୁଦାମୂଳେ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ କୈଳାସ। ନାତୁଣୀକୁ ନ ମାରିବାକୁ ମେମ୍ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଶୁଣି ନ ଥିଲେ।

ଗତ ବର୍ଷ ଗୀତା ତାଙ୍କ ବାପାମା’ଙ୍କ ସହିତ ବିଜୟୱାଡ଼ାକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ନରେଶ ତାଣ୍ଡି ନାମକ ଜଣ ଯୁବକ ସହିତ ତାଙ୍କର ପ୍ରେମ ହୋଇଥିଲା। ତେବେ ଯୁବକ ଜଣଙ୍କ ଭିନ୍ନ ଜାତିର ହୋଇଥିବାରୁ ବିବାହକୁ ଅନୁମତି ଦେଇ ନ ଥିଲେ ଗୀତାଙ୍କ ବାପାମା’। ତେଣୁ ଦୁହେଁ ତିନି ମାସ ତଳେ ଫେରାର ହୋଇ ଯାଇଥିଲେ। ପରେ ସେମାନେ ନରେଶର ଗାଁ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଶରଦାପୁରକୁ ଆସିଥିଲେ। ଗର୍ଭବତୀ ଥିବା ଗୀତାଙ୍କୁ ନରେଶର ଘର ଲୋକେ ଭିନ୍ନ ଜାତିର କହି ଘରେ ପୂରାଇ ଦେଇ ନ ଥିଲେ। ଫଳରେ ସେ ଅନ୍ୟ କୌଣସି ଉପାୟ ନ ପାଇ ନିଜ ବାପ ଘରକୁ ଫେରି ଆସିଥିଲେ। ତେବେ ତାଙ୍କ ବାପା କୈଳାସ ତାଙ୍କୁ ଘରେ ପୂରାଇ ଦେଇ ନ ଥିଲା। ଓଲଟି ହତ୍ୟା କରିବାକୁ ଧମକ ଦେଇ ଆସୁଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe