Advertisment

‘ହଟ୍‌ ଆଣ୍ଡ ସୁଅର୍‌ ସୁପ୍‌’: ରାଗୁଆ ସାଙ୍ଗକୁ ଖଟାଳିଆ ସ୍ୱାଦ

ରେଷ୍ଟୁରାଣ୍ଟ ଯିବେ ଆଉ ସୁପ୍‌ ପିଇବା ବିନା ଫେରିବେ ଏହା କ’ଣ ସମ୍ଭବ। ସୁପ୍‌ର ମଜା ଅଲଗା। ରେଷ୍ଟୁରାଣ୍ଟରେ ବିଭିନ୍ନ ଟାଇପ୍‌ର ସୁପ୍‌ ମିଳିଥାଏ। ଖାସ କରି ହଟ୍‌ ଆଣ୍ଡ ସୁଅର୍‌ ସୁପ୍‌ର ମଜା ଅଲଗା। ତେବେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ସାମଗ୍ରୀ: ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ, ସିମଲା ଲଙ୍କା, ରସୁଣ, ଅଦା, ଭେଜିଟେବଲ ଷ୍ଟକ, କର୍ଣ୍ଣ ଫ୍ଲୋର, ଲୁଣ, ଗୋଲମରିଚ, ତେଲ, ଗ୍ରୀନ ଚିଲି ସସ୍, ସୋୟା ସସ୍‌। ପ୍ରସ୍ତୁତ […]

ଅଦ୍ୟତନ ହୋଇଛି
‘ହଟ୍‌ ଆଣ୍ଡ ସୁଅର୍‌ ସୁପ୍‌’: ରାଗୁଆ ସାଙ୍ଗକୁ ଖଟାଳିଆ ସ୍ୱାଦ

hot and sour soup

Advertisment

ରେଷ୍ଟୁରାଣ୍ଟ ଯିବେ ଆଉ ସୁପ୍‌ ପିଇବା ବିନା ଫେରିବେ ଏହା କ’ଣ ସମ୍ଭବ। ସୁପ୍‌ର ମଜା ଅଲଗା। ରେଷ୍ଟୁରାଣ୍ଟରେ ବିଭିନ୍ନ ଟାଇପ୍‌ର ସୁପ୍‌ ମିଳିଥାଏ। ଖାସ କରି ହଟ୍‌ ଆଣ୍ଡ ସୁଅର୍‌ ସୁପ୍‌ର ମଜା ଅଲଗା। ତେବେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ।

Advertisment

ସାମଗ୍ରୀ: ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ, ସିମଲା ଲଙ୍କା, ରସୁଣ, ଅଦା, ଭେଜିଟେବଲ ଷ୍ଟକ, କର୍ଣ୍ଣ ଫ୍ଲୋର, ଲୁଣ, ଗୋଲମରିଚ, ତେଲ, ଗ୍ରୀନ ଚିଲି ସସ୍, ସୋୟା ସସ୍‌।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ  ବନ୍ଧାକୋବି, ଗାଜର, ବିନ୍‌ସ, ଛତୁ, ଶିମଲା ଲଙ୍କା ଛୋଟ ଛୋଟ କରି କାଟନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ସାମାନ୍ୟ ଗରମ ହୋଇଯିବା ପରେ ଅଦା, ରସୁଣ ଓ ସିମଲା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ପରେ କଟା ପରିବା ପକାଇ କମ୍ ଆଞ୍ଚରେ ଭାଜନ୍ତୁ। ଏଥିରେ ଭେଜିଟେବଲ ଷ୍ଟକ୍‌ ଦିଅନ୍ତୁ। ସୁପ୍‌ ଫୁଟିଲେ କର୍ଣ୍ଣଫ୍ଲୋରରେ ଥଣ୍ଡା ପାଣି ମିଶାଇ ସୁପ୍‌ରେ ମିଶାନ୍ତୁ। ସୁପ୍‌ଟି ଗାଢା ହେଲେ ଗ୍ରୀନ ଚିଲି ସସ୍, ସୋୟା ସସ୍ ପକାନ୍ତୁ।  ପରେ ସ୍ୱାଦ ଅନୁଯାୟୀ ଲୁଣ, ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବଲ ହଟ୍ ଆଣ୍ଡ ସୁଅର୍ ସୁପ। ଏହାକୁ ଗରମ ଗରମ ପରସନ୍ତୁ।

Advertisment

ଆହୁରି ମଧ୍ୟ ପଢନ୍ତୁ: ସନ୍ଧ୍ୟାବେଳେ ଘରେ ବନାନ୍ତୁ ‘ଚିକେନ୍ ଗୁପଚୁପ୍’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe