Advertisment

ଜଣେ ଋଷି ପତ୍ନୀ ଭଗବାନ ରାମଙ୍କ ଭଉଣୀ ହେଲେ କେମିତି ?

ଭଗବାନ ରାମଙ୍କ କଥା ଭାରତର ସବୁ ଲୋକେ ଜାଣନ୍ତି। ଦଶରଥଙ୍କ ୪ ପୁଅଙ୍କ ଭିତରୁ ସବା ବଡ଼ ହେଉଛନ୍ତି ରାମଚନ୍ଦ୍ର। ତାଙ୍କ ପରେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ହେଲେ ଆପଣ ଜାଣିଛନ୍ତି କି, ଭଗବାନ ରାମଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି। ନାଁ ତାଙ୍କର ଶାନ୍ତା। କୌଶଲ୍ୟାଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଶାନ୍ତା। ଯେ ବଡ଼ ହୋଇ ଋଷୀ ଶୃଙ୍ଗିଙ୍କୁ ବିବାହ କରିଥିଲେ ଆଉ ଏହି ମହାନ୍‌ ଋଷୀଙ୍କ ସକାଶେ ପୁତ୍ର କାମେଷ୍ଠି ଯଜ୍ଞ […]

ଅଦ୍ୟତନ ହୋଇଛି
ଜଣେ ଋଷି ପତ୍ନୀ ଭଗବାନ ରାମଙ୍କ ଭଉଣୀ ହେଲେ କେମିତି ?

sister of sri ram

Advertisment

ଭଗବାନ ରାମଙ୍କ କଥା ଭାରତର ସବୁ ଲୋକେ ଜାଣନ୍ତି। ଦଶରଥଙ୍କ ୪ ପୁଅଙ୍କ ଭିତରୁ ସବା ବଡ଼ ହେଉଛନ୍ତି ରାମଚନ୍ଦ୍ର। ତାଙ୍କ ପରେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ହେଲେ ଆପଣ ଜାଣିଛନ୍ତି କି, ଭଗବାନ ରାମଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି। ନାଁ ତାଙ୍କର ଶାନ୍ତା। କୌଶଲ୍ୟାଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଶାନ୍ତା। ଯେ ବଡ଼ ହୋଇ ଋଷୀ ଶୃଙ୍ଗିଙ୍କୁ ବିବାହ କରିଥିଲେ ଆଉ ଏହି ମହାନ୍‌ ଋଷୀଙ୍କ ସକାଶେ ପୁତ୍ର କାମେଷ୍ଠି ଯଜ୍ଞ କରିବା ପରେ ଯାଇ ହିଁ ଭଗବାନ ରାମ ନିଜ ୩ ଭ୍ରାତାଙ୍କ ସହ ଭୂମିଷ୍ଠ ହୋଇଥିଲେ।

Advertisment

ଶାନ୍ତାଙ୍କ କାହାଣୀ

ରୋମପାଦ ନାମକ ଜଣେ ରାଜା ଏକଦା ଭ୍ରମଣ କରୁକରୁ ଅଯୋଧ୍ୟାରେ ଆସି ପହଞ୍ଚିଥିଲେ। ସେଠାରେ ଦଶରଥଙ୍କ ସହ ତାଙ୍କର ମିତ୍ରତା ହୋଇ ଯାଇଥିଲା। ହେଲେ ନିଃସନ୍ତାନ ଥିବାରୁ ରୋମପାଦ ବଡ଼ ପରିତାପରେ ଥିଲେ । ଏ କଥା ଜାଣିବା ପରେ ଦଶରଥ ନିଜ ଏକମାତ୍ର କନ୍ୟା ଶାନ୍ତାଙ୍କୁ ରୋମପାଦଙ୍କୁ ଅର୍ପଣ କରିଥିଲେ। ରାଜା ରୋମପାଦ କନ୍ୟାରତ୍ନ ପାଇ ବଡ଼ ଖୁସିରେ ନିଜ ରାଜ୍ୟକୁ ଫେରିଥିଲେ। ହେଲେ କନ୍ୟାରତ୍ନ ପାଇଥିବା ଖୁସିରେ ସେ ସବୁ ଭୁଲିଯାଇଥିଲା। ଭାବ ବିହ୍ୱଳ ହୋଇ ଜଣେ ସନ୍ୟାସୀଙ୍କୁ ଭିକ୍ଷା ଦେବାକୁ ମଧ୍ୟ ସେ ଭୁଲି ଯାଇଥିଲେ । ଯେଉଁଥିପାଇଁ ତାଙ୍କୁ ଇନ୍ଦ୍ରଙ୍କର କୋପ ସହିବାକୁ ପଡିଥିଲା। ଏଥିରୁ ରକ୍ଷା ପାଇବା ଲାଗି ରୋମପାଦ ଶୃଙ୍ଗି ଋଷିଙ୍କ ଶରଣାପନ୍ନ ହୋଇଥିଲେ । ଶୃଙ୍ଗି ଋଷିଙ୍କ ଯଜ୍ଞ ବଳରେ ଇନ୍ଦ୍ର ଦୟା କରିବାରୁ ରୋମପାଦ ଖୁସି ହୋଇ ନିଜ ପାଳିତା କନ୍ୟାଙ୍କୁ ଶୃଙ୍ଗିଙ୍କ ସହ ବିବାହ କରିଥିଲେ।

କୁହାଯାଏ ଭଗବାନ ରାମ ବନଗମନ କରିବା ସମୟରେ ନିଜ ଭଉଣୀଙ୍କ ସହ ଭେଟ ହୋଇଥିଲା ଓ ଅତି ଅତି ଆନନ୍ଦରେ ୩ ଭାଇ ଭଉଣୀ(ରାମ, ଲକ୍ଷ୍ମଣ ଓ ଶାନ୍ତା) ଶୃଙ୍ଗିଙ୍କ ଶିବିରରେ କିଛି ମୂହୁର୍ତ୍ତ ଏକାଠି ବିତାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe