ମାଂସ କିମା ଘାଣ୍ଟ

ଆବଶ୍ୟକ ସାମଗ୍ରୀ: ସୋରିଷ ତେଲ, ପିଆଜ, ଆଳୁ, କଖାରୁ, ଗାଜର, କୁନ୍ଦୁରି, ମୂଳା, ଟମାଟୋ, ମକା, ମଟର ଛୁଇଁ, ମାଂସ କିମା, ରାଜ୍‌ମା, ଚଣା ଡ଼ାଲି, ମୁଗ ଡ଼ାଲି, ବିରିଡ଼ାଲି ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହେବା ପରେ କଡ଼େଇରେ କଟା ଆଳୁ, କଖାରୁ, ଗାଜର, କୁନ୍ଦୁରି, ମୂଳା, ଗାଜର ଓ […]

keema-mutton

Rakesh Mallick
  • Published: Sunday, 11 March 2018
  • , Updated: 11 March 2018, 10:41 AM IST

ଆବଶ୍ୟକ ସାମଗ୍ରୀ: ସୋରିଷ ତେଲ, ପିଆଜ, ଆଳୁ, କଖାରୁ, ଗାଜର, କୁନ୍ଦୁରି, ମୂଳା, ଟମାଟୋ, ମକା, ମଟର ଛୁଇଁ, ମାଂସ କିମା, ରାଜ୍‌ମା, ଚଣା ଡ଼ାଲି, ମୁଗ ଡ଼ାଲି, ବିରିଡ଼ାଲି ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହେବା ପରେ କଡ଼େଇରେ କଟା ଆଳୁ, କଖାରୁ, ଗାଜର, କୁନ୍ଦୁରି, ମୂଳା, ଗାଜର ଓ ଟମାଟୋକୁ ପକାଇ ଭାଜନ୍ତୁ। ପରିବା ଅଳ୍ପ ସିଝିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମାଂସ କିମା ପକାନ୍ତୁ। ସେଥିରେ କିଛି ମକା ଓ ମଟର ଛୁଇଁ ପକାନ୍ତୁ। ପରିବା ସିଝିବା ଯାଏଁ ପାଣି ଦେଇ କଷନ୍ତୁ। ଶେଷରେ ପୂର୍ବରୁ ସିଝାଇ ରଖିଥିବା ରାଜମା ଓ ମିଶାମିଶି ଡାଲିକୁ ପକାଇ ଘାଣ୍ଟନ୍ତୁ । ପ୍ରସ୍ତୁତ ହୋଇଗଲା ମାଂସ କିମା ଘାଣ୍ଟ।

Related story