ଆବଶ୍ୟକ ସାମଗ୍ରୀ: ଅଟା, ବେସନ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ପାଉଡର, ହେଙ୍ଗୁ, ଲୁଣ, ତେଲ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ଅଟା ଓ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଲଙ୍କା ଗୁଣ୍ଡ, ଧନିଆ ପାଉଡର, ହଳଦୀ ପାଉଡର, ହେଙ୍ଗୁ, ତେଲ, ଲୁଣ ଓ ଅଳ୍ପ ପାଣି ଦେଇ ଦଳି ନିଅନ୍ତୁ। ବର୍ତ୍ତମାନ ଏହାକୁ ଗୁଳା ଆକାରର ଭଲ ଭାବେ ବେଲି କଣ୍ଟା ଚାମଚ ସାହାଯ୍ୟରେ ଛୋଟ ଛୋଟ ଆକାରର କଣା କରିଦିଅନ୍ତୁ ।
ଏବେ କଡେଇରେ ତେଲ ଗରମ କରି ଏହାକୁ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପୁରୀ ।