Advertisment

ଘରେ ପ୍ରସ୍ତୁତ କରନ୍ତୁ ଭେଜିଟେବଲ୍‌ ଚପ୍‌

ଆବଶ୍ୟକ ସାମଗ୍ରୀ: ଆଳୁ, ଗାଜର, ବିଟ୍‌, ପିଆଜ, ଲଙ୍କା, ଲୁଣ, ଅଦା ରସୁଣ ପେଷ୍ଟ୍, ବାଦାମ, ହଳଦୀ, ଗରମ ମସଲା, ସୁଜି, ସିମେଇ, କର୍ଣ୍ଣଫ୍ଲୋର ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ଭେଜିଟେବଲ୍‌ ଚପ୍‌ ପାଇଁ ମସଲା ପ୍ରସ୍ତୁତ କରିବା ଲାଗି ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ । ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଟିକେ ତାତିଯିବା ପରେ କଟା ପିଆଜ ଓ କଞ୍ଚାଲଙ୍କା ପକାନ୍ତୁ। ଏହା ପରେ ବାଦାମ୍‌ ପକାନ୍ତୁ। ଗୋଟିଏ ଚାମଚ ହଳଦୀ […]

ଘରେ ପ୍ରସ୍ତୁତ କରନ୍ତୁ ଭେଜିଟେବଲ୍‌ ଚପ୍‌

vegitable chop

Advertisment

ଆବଶ୍ୟକ ସାମଗ୍ରୀ: ଆଳୁ, ଗାଜର, ବିଟ୍‌, ପିଆଜ, ଲଙ୍କା, ଲୁଣ, ଅଦା ରସୁଣ ପେଷ୍ଟ୍, ବାଦାମ, ହଳଦୀ, ଗରମ ମସଲା, ସୁଜି, ସିମେଇ, କର୍ଣ୍ଣଫ୍ଲୋର ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ଭେଜିଟେବଲ୍‌ ଚପ୍‌ ପାଇଁ ମସଲା ପ୍ରସ୍ତୁତ କରିବା ଲାଗି ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ । ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଟିକେ ତାତିଯିବା ପରେ କଟା ପିଆଜ ଓ କଞ୍ଚାଲଙ୍କା ପକାନ୍ତୁ। ଏହା ପରେ ବାଦାମ୍‌ ପକାନ୍ତୁ। ଗୋଟିଏ ଚାମଚ ହଳଦୀ ଗୁଣ୍ଡ ଓ ଗରମ ମସଲା ପକାଇ କିଛି ସମୟ ଘାଣ୍ଟନ୍ତୁ।  ଏବେ ସେଥିରେ ଅଦା ରସୁଣ ପେଷ୍ଟ୍ ପକାନ୍ତୁ।  ଏହାପରେ କଟା ହୋଇ ରଖିଥିବା ପରିବା ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ପରିବାକୁ ଭଲ ଭାବେ ଗୋଳାଇବା ପରେ ପରିବା ସିଝିବାକୁ ଦିଅନ୍ତୁ। ପରିବା ଟିକେ  ସିଝିବା ପରେ  ସେଥିରେ ସିଝା ଆଳୁ ମିଶାନ୍ତୁ।  ଏହାକୁ ଟିକେ ସମୟ କଷି ଦିଅନ୍ତୁ। ଭେଜିଟେବଲ୍‌ ଚପ୍‌ ପାଇଁ ମସଲା ପ୍ରସ୍ତୁତ ହୋଇଗଲା।

ଏବେ କର୍ଣ୍ଣଫ୍ଲୋରରେ ପାଣି ମିଶାନ୍ତୁ। ପୂର୍ବରୁ ପ୍ରସ୍ତୁତ ମସଲାକୁ ଗୋଲ ଆକାର କରି  ସେଥିରେ ସୁଜି ଓ ସିମେଇ ମିଶାନ୍ତୁ। କଡେଇରେ ତେଲ ଗରମ କରି ଭେଜିଟେବଲ୍ ଚପ୍‌କୁ କର୍ଣ୍ଣଫ୍ଲୋରରେ ବୁଡାଇ ତେଲରେ ଛାଣନ୍ତୁ।  ପ୍ରସ୍ତୁତ ହୋଇଗଲା ଭେଜିଟେବଲ୍‌ ଚପ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe