Advertisment

ଦକ୍ଷିଣ ଶୈଳୀ ଦେଶୀ ଚିକେନ୍‌

ଆବଶ୍ୟକ ସାମଗ୍ରୀ: ସୋରିଷ ତେଲ, ଟମାଟୋ, ଅଦା, ରସୁଣ, ପିଆଜ, ଚିନି, ଦେଶୀ କୁକୁଡ଼ା ମାଂସ, ଲୁଣ, ହଳଦୀଗୁଣ୍ଡ, ଗରମ ମସଲା, ଚିକେନ୍‌ ମସଲା, ଜୀରା ଗୁଣ୍ଡ, ଧନିଆ ପାଉଡ଼ର, କାଶ୍ମୀରୀ ଲଙ୍କା ଗୁଣ୍ଡ ଓ ଦହି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଟମାଟୋ, ଅଦା ଓ ରସୁଣକୁ ବାଟି ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଟିକେ ଗରମ ହୋଇଗଲା ପରେ ସେଥିରେ ଅଳ୍ପ ଚିନି ପକାନ୍ତୁ। ସେଥିରେ କଟା ପିଆଜ ପକାଇ […]

author-image
Rakesh Mallick
ଦକ୍ଷିଣ ଶୈଳୀ ଦେଶୀ ଚିକେନ୍‌

andhra-chicken-curry-recipes

ଆବଶ୍ୟକ ସାମଗ୍ରୀ: ସୋରିଷ ତେଲ, ଟମାଟୋ, ଅଦା, ରସୁଣ, ପିଆଜ, ଚିନି, ଦେଶୀ କୁକୁଡ଼ା ମାଂସ, ଲୁଣ, ହଳଦୀଗୁଣ୍ଡ, ଗରମ ମସଲା, ଚିକେନ୍‌ ମସଲା, ଜୀରା ଗୁଣ୍ଡ, ଧନିଆ ପାଉଡ଼ର, କାଶ୍ମୀରୀ ଲଙ୍କା ଗୁଣ୍ଡ ଓ ଦହି

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଟମାଟୋ, ଅଦା ଓ ରସୁଣକୁ ବାଟି ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଟିକେ ଗରମ ହୋଇଗଲା ପରେ ସେଥିରେ ଅଳ୍ପ ଚିନି ପକାନ୍ତୁ। ସେଥିରେ କଟା ପିଆଜ ପକାଇ ପିଆଜ ଲାଲ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମସଲା ବଟାକୁ କଡ଼େଇରେ ପକାଇ କଷନ୍ତୁ। ମସଲା କଷି ହୋଇ ଆସିଲେ ଚିକେନ୍‌ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ହଳଦୀ ଗୁଣ୍ଡ, ଗରମ ମସଲା,ଚିକେନ୍‌ ମସଲା, ଜୀରା ଗୁଣ୍ଡ, ଧନିଆ ପାଉଡର ଓ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ।  ଚିକେନ କଷି ହୋଇଯିବା ପରେ ଦହି ପକାନ୍ତୁ।  ଏବେ ଆବଶ୍ୟକତା ଅନୁସାରେ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦକ୍ଷିଣ ଶୈଳୀ ଦେଶୀ ଚିକେନ୍‌। ଏବେ ଏହାକୁ ଖାଲି ପାତ୍ରକୁ କାଢି ଆଣି ଗରମା ଗରମ ପରଷି ଦିଅନ୍ତୁ।